ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରରେ ୭୬ତମ ସ୍ଵାଧୀନତା ଦିବସ ପାଳିତ

ଅନୁଗୋଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଜିନ୍ଦଲ ନଗର ଟାଉନସିପ  ମଧ୍ୟରେ ଥିବା ଓପି ଜିନ୍ଦଲ ସ୍କୁଲ କ୍ୟାମ୍ପସରେ ୭୬ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଷ୍ଟିଲବିଜନେସ) ଶ୍ରୀଦିନେଶକୁମାର  ସରୋଗୀ, ନିର୍ବାହୀ ନିର୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ଅନ୍ୟ ଅଧିକାରୀ ଏବଂ ତାଙ୍କ ପରିବାର ବର୍ଗ  ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଶ୍ରୀ ସରୋଗୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ବାର୍ତା ପଢି ଶୁଣାଇଥିଲେ। ଶ୍ରୀ ଜିନ୍ଦଲ ନିଜ ବାର୍ତାରେ ଫ୍ଲାଗ କୋଡର ସଂଶୋଧନ ନିମନ୍ତେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇବା ଜାତୀୟ ପତାକାନିମନ୍ତେ ତାଙ୍କର ଆଇନଗତ ଲଢେଇ ସଂପର୍କରେ କହିବା ସହିତ କହିଥିଲେ ଯେ “ଚଳିତବର୍ଷମୋପାଇଁସ୍ଵତନ୍ତ୍ରଅଟେl ଯଦି ଆମ୍ଭେ ଆମ କାର୍ଯ୍ୟନିଷ୍ଠା ଏବଂ ଅଖଣ୍ଡତା ସହ ତ୍ରିରଙ୍ଗାର ମୂଲ୍ୟବୋଧ ଉପରେ କାର୍ଯ୍ୟ ସଂପାଦନ କରିବା, ଭାରତକୁ ଏକ ବିକଶିତ ରାଷ୍ଟ୍ରହେବାରେ କେହି ଅଟକାଇ ପାରିବେ ନାହିଁ l

ଓପି ଜିନ୍ଦଲ ଓ ସାବିତ୍ରୀ ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ସଙ୍ଗୀତ ପରିବେଷଣ କରି ସ୍ୱତନ୍ତ୍ରତା ଦିବସକୁ ଅଧିକ ସ୍ମରଣୀୟକରିଥିଲେ। ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଏକ ହଜାରରୁ ଅଧିକ ଚାର। ଓ ଜାତୀୟ ପତାକା ସ୍ଥାନୀୟ ଗ୍ରାମବାସୀ ଓ ସ୍କୁଲ ଗୁଡିକୁ ପ୍ରଦାନ କରାଯାଇଥିଲା । ଏହାଛଡା ସ୍କୁଲ ପିଲାମାନଙ୍କ ମଧ୍ୟରେ କ୍ୱିଜ, ଡ୍ରଇଂ, ଗୀତ ପ୍ରବନ୍ଧ ଆଦି ପ୍ରତିଯୋଗିତା କରାଯାଇଥିଲା ।  

Leave a Reply

Your email address will not be published. Required fields are marked *