ନିୟନ୍ତ୍ରଣାଧୀନ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ,ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ.

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଜନିତ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି।ଶିମିଳିପାଳ କେବଳ ଓଡିଶା ବା ଭରତର ନୁହେଁ ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।
ଶିମିଳିପାଳ ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କରେ ବୈଠକରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ଓ ପରିବେଶ ବିଭାଗ ଡା. ମୋନା ଶର୍ମା କହିଥିଲେ ଯେ ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି । ଏଥିରେ କୌଣସି ଜୀବନ ହାନି ଘଟି ନାହିଁ । ନିଆଁ କୁ ନିୟନ୍ତ୍ରଣ କରିବା ପାଇଁ SOP ଜାରି କରାଯାଇଛି ଏବଂ ବଡ ବଡ ଗଛ ମାନଙ୍କର କିଛି କ୍ଷତି ହୋଇନାହିଁ । Fire Alert ସମ୍ପର୍କରେ ପ୍ରତି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କୁ ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ DFOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡା। ମୋନା ଶର୍ମା କହିଛନ୍ତି । PCCF Wildlife ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଗତ  ୭ ଦିନ ତଳୁ ଏହି  ନିଆଁ  ଲାଗିବା ଆରମ୍ଭ ହୋଇଥିବା ବଲେ  ଧୀରେ ଧୀରେ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରୁ ଶିମିଳିପାଳ ଅଭୟାରଣ୍ୟ ର କୋର ଏରିଆ କୁ ବ୍ୟାପି ଯାଇଥିଲା । ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାରେ ଥିବା ଚାରୋଟି ବନଖଣ୍ଡ ,ବାରିପଦା, ଉଦଳା, ରାଇରଙ୍ଗପୁର , କରଞ୍ଜିଆ ଏବଂ  ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପ ର ମୋଟ ୨୧ ଟି ରେଞ୍ଜ ରୁ ୮ ଟି ରେଞ୍ଜ ର ୨୦ ଟି ବିଟ ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ତେବେ ନିଆଁ ଆୟତ୍ତ କରିବା ପାଇଁ ବିଭାଗ ର ୮୦୦ ବନ କର୍ମଚାରୀ , ୨୫୦ ନିଆଁଲିଭା ସ୍ବେଛାସେବୀ , ୨୪୦ ଟି ନିଆଁ ଲିଭା ଯନ୍ତ୍ର ସହ ୪୦ ଟି ଅଗ୍ନିଶମ ବିଭାଗର ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ ଅଛନ୍ତି।

Leave a Reply

Your email address will not be published. Required fields are marked *