ଶେଷହେଲା ତାଳଚେର ର ଗଣପର୍ବ ଗଣେଷ ପୂଜା: ୮ଲକ୍ଷ ୭୦ ହଜାରରେ ଲଡୁ ନିଲାମ

ତାଳଚେର: ଶେଷ ହେଉଛି କୋଇଲା ନଗରୀର ଗଣପର୍ବ। ଭାଷାଣି ପାଇଁ ଆଜି ତାଳଚେର ରେ ହୋଇଛି ସ୍ୱତନ୍ତ୍ର ଆୟୋଜନ। ଭାଷାଣି ଉତ୍ସବ ର ସବୁଠାରୁ ଆକର୍ଷଣ ହୋଇଥାଏ ଗଣେଷ ଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ। ଏକ କ୍ୱିଣ୍ଟାଲ ଲଡୁ ଏଥର ନିଲାମ ହୋଇଛି ୮ ଲକ୍ଷ ୭୦ ହଜାର ଟଙ୍କା ରେ।

ପ୍ରବଳ ବର୍ଷା ସତ୍ୟେ ଆଜି ତାଳଚେରରୁ ବିଦାୟ ନେଉଛନ୍ତି ପ୍ରଭୁ ଗଜାନନ ।ଦୀର୍ଘ 10 ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ ଆଜି ହେଉଛି ଭସାଣି ଉତ୍ସବ । ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡୁ ନିଲାମ କାର୍ଯ୍ୟ ସଂମ୍ପନ୍ନ ହୋଇଛି । ଚଳିତ ବର୍ଷ ଲଡୁ ନିଲାମରେ ୫ଟି ଅନୁଷ୍ଠାନ ଭାଗ ନେଇଥିବା ବେଳେ ସର୍ବଶେଷ୍ଠ  ନିଲାମଧାରୀ ଅନୁଷ୍ଠାନ ଭାବେ ଲାଲବାଗ ରାଜା  ମୋଟ ୮ ଲକ୍ଷ ୭୦ ହଜାର ଟଙ୍କାରେ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡୁ ଆଜ୍ଞା ମାଳକୁ ନିଲାମରେ ନେଇଥିଲେ ।

ନିଲାମ କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ , ଢେଙ୍କାନାଳ ସାଂସଦ ମହେଶ ସାହୁ ଓ  ପୌରାଧ୍ୟକ୍ଷ ପବିତ୍ର ଭୁଟିଆ ଙ୍କ  ସମେତ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଏହା ପରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ୨୬ଟି  ପୂଜାମଣ୍ଡପର କାର୍ଯ୍ୟକର୍ତା ମାନେ ନିଜର ମେଢ଼ ସହିତ ବଡଦାଣ୍ଡ ସାହି ସ୍ଥିତ ମେଳଣ ପଡିଆ ଠାରେ ପହଞ୍ଚି ଥିଲେ । ସମସ୍ତ ମେଢ଼ ଗୁଡିକ କ୍ରମାନ୍ୟୁୟରେ ଏହି ଭସାଣି ଉତ୍ସବରେ ସାମିଲ ହୋଇ ସହର ପରିକ୍ରମା କରିବା ସହ ବ୍ରାହ୍ମଣୀ ନଦୀ କୂଳରେ ନିର୍ମିତ ହୋଇଥିବା କୁତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନ କରିବେ  ।

Leave a Reply

Your email address will not be published. Required fields are marked *