JSPL ରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା.

ଅନୁଗୋଳ : ଆଜି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ପ୍ଳାଣ୍ଟ ପରିସରରେଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଅଛି l ଏଥି ପାଇଁ ପ୍ଳାଣ୍ଟ ପରିସରସ୍ଥ ପ୍ଲେଟ ମିଲ ଅଞ୍ଚଳରେ ଏକ ସ୍ଵତନ୍ତ୍ର ପୂଜା ମଣ୍ଡପ ନିର୍ମାଣ କରାଯାଇ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ମୂର୍ତି ସ୍ଥାପନ କରାଯାଇଥିଲା lଏହି ପୂଜା ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଳେନ୍ଦ୍ର ଝା ,କମ୍ପାନୀର ଇସ୍ପାତ ବ୍ୟବସାୟର ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଦିନେଶ କୁମାର ସରୋଗୀ,ନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏବଂ ତାଙ୍କ ପରିବାରବର୍ଗଙ୍କସହ ସ୍ଥାନୀୟ ପାର୍ଶ୍ଵବର୍ତୀ ଗ୍ରାମରୁ ଗୋଷ୍ଠୀ ସମୁଦାୟଙ୍କ ଯୋଗଦାନ ସହବୈଦିକ ରୀତି ନୀତିରେ ଅନୁଷ୍ଠିତ ହୋଇଥିବା ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାର୍ଚନାରେ ସାମିଲ ହୋଇଥିଲେ l

ଏହି ପୂଜା ଅବସରରେ,ପ୍ରଥମ ଥର ଯୋଗଦାନ କରି ବିମଳେନ୍ଦ୍ର ଝା ସମସ୍ତ କର୍ମଜୀବୀଙ୍କୁ କମ୍ପାନୀର ଅଭିବୃଦ୍ଧି କ୍ଷେତ୍ରରେ ବହୁଳ ଯୋଗଦାନ ତଥା ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥିବା ନିମନ୍ତେ ଅଭିନନ୍ଦନଜଣାଇଥିଲେ lଶ୍ରୀ ଝା,ପ୍ରଭୁ ବିଶ୍ଵକର୍ମାଙ୍କ ଆଳତୀ କରିବା ସହିତ ଦେବଶିଳ୍ପୀ ଭାବରେ ପରିଚିତ ଏବଂ ଯାନ୍ତ୍ରିକ କାର୍ଯ୍ୟର ଭଗବାନଙ୍କୁ ସମସ୍ତ କର୍ମଚାରୀ ଏବଂ ଶ୍ରମଜୀବୀଙ୍କ ମଙ୍ଗଳ କାମନା କରିବା ସହ ରାଷ୍ଟ୍ରର ଅଭିବୃଦ୍ଧି ନିମନ୍ତେ ପ୍ରାର୍ଥନା କରିଥିଲେlସେହିପରି ଜିନ୍ଦଲ ନଗର ଦେବଭୂମି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ପ୍ରଭୁ ଶ୍ରୀ ବିଶ୍ଵକର୍ମାଙ୍କ ନିକଟରେ ମଧ୍ୟ ଏକ ସ୍ଵତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *