ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟର : ୨ୟ ଦିନ ଖେଳ ଶେଷସୁଦ୍ଧା ଇଂଲଣ୍ଡଠାରୁ ୮୯ରନରେ ଆଗରେ ଭାରତ..

ଅହମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟର ୨ୟ ଦିନ ଖେଳ ଶେଷସୁଦ୍ଧା ଭାରତ ନିଜର ପ୍ରଥମ ଇନିଂସରେ ୭ ଓ୍ବିକେଟ ହରାଇ ୨୯୪ ରନ ସଂଗ୍ରହ କରିଛି । ଫଳରେ ଭାରତ ଇଂଲଣ୍ଡଠାରୁ ୮୯ରନରେ ଆଗରେ ରହିଛି । ଆଜି ଭାରତୀୟ ବ୍ୟାଟିଂର କର୍ଣ୍ଣଧାର ଥିଲା ଋଷଭ ପନ୍ତଙ୍କ ଲଢୁଆ ଶତକ । ସେ ୧୧୭ଟି ବଲ ଖେଳି ୨ ଛକା, ୧୩ ଚୌକା ସହ ୧୦୧ ରନ କରି ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ଓ୍ବାସିଂଟନ ସୁନ୍ଦରଙ୍କ ଲଢୁଆ ବ୍ୟାଟିଂ । ସେ ୬୦ ରନ କରି ଅପରାଜିତ ଅଛନ୍ତି । ନିଜର ଏହି ୬୦ ରନରେ ସେ ୮ଟି ଚୌକା ମାରିଛନ୍ତି ।

ତେବେ ଆଜି ଓପନର ରୋହିତ ଶର୍ମା ୪୯ ରନ କରି ଆଉଟ ହୋଇଥିଲେ । ମାତ୍ର ଅଧିନାୟକ ବିରାଟ କୋହଲି ନିଜର ଖାତା ଖୋଲିବା ପୂର୍ବରୁ ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ ୩ଟି ଓ୍ବିକେଟ ନେଇଥିବାବେଳେ ଷ୍ଟୋକ୍ସ ଓ ଜାକ ଲିଚ୍ ୨ଟି ଲେଖାଏଁ ଓ୍ବିକେଟ ପାଇଛନ୍ତି । ଗତକାଲି ମ୍ୟାଚର ପ୍ରଥମ ଦିନରେ ଇଂଲଣ୍ଡ ଦଳ ୨୦୫ରନରେ ଅଲଆଉଟ ହୋଇଯାଇଥିଲା

Leave a Reply

Your email address will not be published. Required fields are marked *