ଭୁବନେଶ୍ବର: କଟକ-ଭୁବନେଶ୍ବର ଦ୍ବୈତନଗରୀର ନୂତନ ପୁଲିସ କମିସନର ଭାବେ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଦାୟୀ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ନୂତନ ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ସେ ସୁଚାରୁରୂପେ ନିଜର ଦାୟିତ୍ବ ସଂପନ୍ନ କରିବେ। ପୂର୍ବତନ ପୁଲିସ କମିସନରଙ୍କ ଏଜେଣ୍ଡାକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ। ୧୯୯୫ ବ୍ୟାଚର ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଦୁଇ ସହରର ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବେ ବୋଲି କହିଛନ୍ତି। ଏଥିଲାଗି ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ-ଭୁବନେଶ୍ବର ବାସୀଙ୍କ ସହଯୋଗ କାମନା କରିଛନ୍ତି ଏବଂ ଦ୍ବୈତ ନଗରୀବାସୀଙ୍କ ଧନଜୀବନ ସୁରକ୍ଷାକୁ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି।
୧୯୯୫ ବ୍ୟାଚ୍ର ଓଡ଼ିଆ ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଆନ୍ନା ବିଶ୍ବବିଦ୍ୟାଳୟରୁ ବି.ଟେକ୍ ପାସ୍ କରିବା ପରେ ଟାଟା ଇଞ୍ଜିନିୟରିଂରେ ୩ ବର୍ଷ ଚାକିରି କରିଥିଲେ। ଆଇପିଏସ୍ ପାଇବା ପରେ ପୁରୀରେ ପ୍ରଥମେ ଅତିରିକ୍ତ ଏସ୍ପି ଭାବରେ ଚାକିରି ଆରମ୍ଭ କରିଥିଲେ।