ଅନୁଗୋଳ: ଧଳା ଜହର ବେପାରରେ ଟ୍ରେନ ଲୋକ ପାଇଲଟ । ଧଳା ଜହର ସହ ଲୋକ ପାଇଲଟ ଏବଂ ଅନ୍ୟ ଜଣେ ସହଯୋଗୀ ଏବେ ପୋଲିସ ହାତରେ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରି ଥାନା ଅଞ୍ଚଳରେ ।

ସୂଚନାନୁସାରେ ଲୋକୋ ପାଇଲଟ ଜଣଙ୍କ ଅନେକ ଦିନ ହେଲା ଏହି କାରବାର ଚଲାଇ ଆସୁଥିଲା । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଅନେକ ଦିନ ଧରିବାକୁ ଉଦ୍ୟମ ଚଳାଇଥିବା ବେଳେ ୨୧ ତାରିଖ ଦିନ ଚଢାଉ କରିଥିଲା । ପୋଲିସ ତାଳଚେର ଘଣ୍ଟପଡା ରେଲୱେ କ୍ରସିଂ ନିକଟରୁ ୩ ଗ୍ରାମ ୪୩୦ ମିଲି ଗ୍ରାମ ବ୍ରାଉନସୁଗାର ସହ ଲୋକ ପାଇଲଟ ରାଜ କମଲ ରଞ୍ଜନ ଙ୍କୁ ଧରିଥିଲା । ଏବଂ କଲମ ରଞ୍ଜନ କୁ ପଚରା ଉଚରା କରିବା ପରେ ଘଣ୍ଟପଡାର ଚା ଦୋକାନୀ ପ୍ରଦୀପ ସାହୁକୁ ଗିରଫ କରିଥିଲା କୋଳିୟାରୀ ପୋଲିସ ।
