ଗୁଜୁରାଟ ଅଘଟଣ ପରେ ପଶିଲା ଚେତା: ଦିନକ ପାଇଁ ଧବଳେଶ୍ୱର ଝୁଲା ପୋଲ ବନ୍ଦ

ସ୍ଵର ବ୍ୟୁରୋ: ଗୁଜୁରାଟ ମୋର୍ବିରେ ଝୁଲା ପୋଲ ଛିଡବା ପରେ ପରେ ଚେତା ପଶିଲା କଟକ ଜିଲ୍ଲା ପ୍ରଶାସନର। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲର ଯାଞ୍ଚ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ଚତୁର୍ଥ ସୋମବାର ଥିବାରୁ ଧବଳେଶ୍ବରରେ ଭକ୍ତଙ୍କର ପ୍ରବଳ ସମାବେଶକୁ ଦୃଷ୍ଟିରେ ରଖି ଝୁଲା ପୋଲରେ ୨୦୦ ଜଣ ଲୋକଙ୍କ ଯାତାୟତ କରିବାକୁ କଟକଣା କରାଯାଇଛି। ତେବେ ଏହାର ଯାଞ୍ଚ ପାଇଁ ଏଡିଏମ ଙ୍କ ନେତୃତ୍ୱରେ ଏକ ଟିମ ଆଜି ଧବଳେଶ୍ବର ଗ୍ରସ୍ତରେ ଆସୁଛନ୍ତି । ଆଜି ରାତିଠାରୁ ଆସନ୍ତାକାଲି ଝୁଲା ପୋଲ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ଲୋକ ଯାତାୟାତ ଉପରେ କଟକଣାବି ଲାଗୁ କରାଯାଇଛି।

ଧବଳେଶ୍ଵର ଝୁଲା ପୋଲରେ ପୂର୍ବରୁ ୬୦୦ ଲୋକ ଯିବାର ଅନୁମତି ଥିବା ବେଳେ ବର୍ତ୍ତମାନ ଏହାକୁ ୨୦୦କୁ କମାଇ ଦିଆଯାଇଛି। ଯେହେତୁ ଝୁଲା ପୋଲର କ୍ଷମତା ଦିନକୁ ଦିନ କମିବାରେ ଲାଗୁଛି ଓ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ସେ ଦିଗରୁ ମଧ୍ୟ ପ୍ରଶାସନ ସଜାଗ ରହିଛି। ନିୟମିତ ବ୍ୟବଧାନରେ ମରାମତି କାର୍ଯ୍ୟ କରାଯାଉଥିବା ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *