କୂଅରେ ପଡି ଛଟପଟ ହେଉଛି ହାତୀ; ଉଦ୍ଧାର ପାଇଁ ପ୍ରୟାସ ଜାରି ।

ଅନୁଗୋଳ ବନଖଣ୍ଡ  ର ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଦୀର୍ଘ ୮ଘଣ୍ଟା ହେଲା ହାତୀ ପଡ଼ି ଛଟପଟ ହେଉଛି। ରାତି ପ୍ରାୟ ୨ଟା ବେଳେ ହାତୀଟି ଏହି କୂଅରେ ପଡ଼ିଥିବା ବେଳେ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ହାତୀଟିକୁ ଉଦ୍ଧାର କରାଯାଇପାରିନାହିଁ। ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଥିଲା। ତେବେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ଏକ ହାତୀ ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା।

Advertisement

ଆଜି ସକାଳୁ ଗ୍ରାମବାସୀ ହାତୀକୁ ଏହି ଅବସ୍ଥାରେ ଦେଖି ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ଅନୁଗୋଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ ଓ ଜରପଡ଼ା ରେଞ୍ଜର ହୃଦାନନ୍ଦ ନଏକଙ୍କ ସହ ଅନ୍ୟ କର୍ମଚାରୀମାନେ ସେଠାରେ ଏବେ ପହଞ୍ଚିଛନ୍ତି।ଅନ୍ୟ ପକ୍ଷରେ ଅନୁଗୋଳ  ଦମକଳ ବାହିନୀ ଏବେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି

Leave a Reply

Your email address will not be published. Required fields are marked *