ଅନୁଗୋଳ: ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନେସନାଲ କନଭେନସନ ଅନ କ୍ଵାଲିଟି କଣ୍ଟ୍ରୋଲ ସର୍କଲସ – ୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଉତ୍କୃଷ୍ଟ ପ୍ରଦର୍ଶନ l ନଭେମ୍ବର ୧୫ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଜେଏସପିର ଅନୁଗୋଳ ପ୍ରକଳ୍ପରୁ ୪ ଗୋଟି ଏବଂ ଟେନଶାର ଏକ ଦଳ ଅଂଶ ଗ୍ରହଣ କରି ବିଭିନ୍ନ ବର୍ଗରେ ୫ ଗୋଟି ସ୍ଵର୍ଣ ପଦକ ଲାଭ କରିଛନ୍ତି l ଆଇସିକ୍ୟୁସିସି ହେଉଛିକ୍ଵାଲିଟି କଣ୍ଟ୍ରୋଲ ସର୍କଲସ କ୍ଷେତ୍ରରେ ସମଗ୍ର ବିଶ୍ଵର ଗ୍ରହଣୀୟ ମାନ୍ୟତା ଏବଂ ଏହି କନଭେନସନରେସମଗ୍ର ୧୪ଗୋଟି ରାଷ୍ଟ୍ରରୁ ୭୫୭ ଜଣ ଇଞ୍ଜିନିୟରଅଂଶ ଗ୍ରହଣ କରି ନିଜ ନିଜର ଅନନ୍ୟ କୌଶଳ ପ୍ରଦର୍ଶନ କରିଥିଲେ l ଜେଏସପିଠାରେ ଟୋଟାଲ ପ୍ରଡ଼କ୍ଟିଭ ମେଣ୍ଟେନାନ୍ସ (ଟିପିଏମ) ନିମନ୍ତେସର୍ବଦା କାର୍ଯ୍ୟ କରାଯାଇଥାଏ lଟିପିଏମ ହେଉଛି ଏକ ଜାପାନୀ ପ୍ରକ୍ରିୟା ଏବଂ ଏଥିରେ ପ୍ଳାଣ୍ଟର ସମସ୍ତ କର୍ମଚାରୀ ଲଗାତାର ଭାବରେ ପ୍ରଗତି ନିମନ୍ତେକାର୍ଯ୍ୟ କରିଥାନ୍ତି lଏଥି ସହିତ ଜେଏସପିରେ କାର୍ଯ୍ୟରତଶ୍ରୀ ଭୁବନ ପ୍ରତାପ– ଏଭିପି ଏବଂ ମୁଖ୍ୟ (ଟିପିଏମ), କେନ୍ଦ୍ରୀୟ ଟିକ୍ୟୁଏମ, ଶକ୍ତି ପରିଚାଳନା,ଆଇସିକ୍ୟୁସିସି ପାଇଁ ସାର୍ଟିଫାଇଡ ବିଚାରକର୍ତା ଭାବେ ସ୍ଵୀକୃତୀ ଲାଭ କରିଛନ୍ତି l
ଆଇସିକ୍ୟୁସିସି –୨୨ରେ ୫ଟି ସ୍ଵର୍ଣ ପଦକ ଜିନ୍ଦଲଷ୍ଟିଲଏଣ୍ଡପାୱାର
