ଓଷ୍ଠା ପକ୍ଷରୁ ୮ଦଫା ଦାବି ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର

ଅନୁଗୋଳ: ଓଷ୍ଠା ସଂଗଠନ ଅନୁଗୋଳ ଜିଲା ଶାଖା ପକ୍ଷରୁ ୮ଦଫା ଦାବି ନେଇ ସରକାରଙ୍କ ଉଦ୍ଧେଶ୍ୟରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ। ଆଜି ଜିଲାର ବିଭିନ୍ନ ବ୍ଲକରୁ ଶତାଧିକ ଶିକ୍ଷକ ଏକାଠି ହୋଇ ଶୋଭାଯାତ୍ରା କରିଥିଲେ। ଏହାପରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ସଂଗଠନ ଦାବି କରିଛିଯେ  ୮ଦଫା ଦାବି ନେଇ ଓସ୍ତା ପକ୍ଷରୁ ଗତ ୩ତାରିଖ ଠାରୁ ଆନ୍ଦୋଳନ ଚାଲିଛି। ଆସନ୍ତା ୧୭ତାରିଖରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ କରାଯିବ। ତେଣୁ ସରକାର ଗତ ଜାନୁଆରୀ ମାସରେ ଶିକ୍ଷକ ମାନଙ୍କୁ ସପ୍ତମ ବେତନ ଆଧାରରେ ଦରମା ପ୍ରଦାନ କରିବାକୁ ଯେଉଁ ନିଷ୍ପତି ନେଇଥିଲେ ତାହା ଅବିଳମ୍ବେ ପ୍ରଦାନ କରିବା,  ବିନା ବେତନରର ୨୫/୩୦ବର୍ଷ ହେଲା ଚାକିରି କରୁଥିବା ଶିକ୍ଷକ ମାନଙ୍କୁ ତୁରନ୍ତ ପୂର୍ଣ୍ଣ ସରକାରୀ ମାନ୍ୟତା ସହ ଅବସର ବୟସ ସୀମା ୬୨କୁ ବୃଦ୍ଧି କରିବା, ନୂତନ ଭାବେ ଗଢି ଉଠିଥିବା ସ୍କୁଲ ଓ କଲେଜରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ସରକାରୀ କରିବା ସହ ପେନସନ ବ୍ୟବସ୍ଥା କରିବା ଆଦି ୮ଦଫା ଦାବି ଆସନ୍ତା ୧୭ତାରିଖ ସୁଦ୍ଧା ସରକାର ପୂରଣ ନକଲେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତବନି ଦେଇଛନ୍ତି।

Leave a Reply

Your email address will not be published. Required fields are marked *