ଅନୁଗୋଳ: ଶେଷ ହୋଇଛି ଅନୁଗୋଳ ଶିବା ଫିଲଡ଼ ରେ ଆୟୋଜିତ ୧୧ତମ ହେମସୁରପଡା ରାଜ୍ୟ ସ୍ଥରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଆୟୋଜିତ ଫାନାଲ ମ୍ୟାଚ ରେ ଝାରସୁଗୁଡ଼ା ଦଳ କୁ ୦-୧ ଗୋଲ ରେ ପରାସ୍ତ କରି ଚଳିତ ବର୍ଷ ର ଏହି ଟୁର୍ଣ୍ଣାମେଣ୍ଟ ର ଚମ୍ପିୟାନ ହୋଇଛି କୁଚିଣ୍ଡା।
ଗତ 7 ଦିନ ଧରି ଏହି ରାଜ୍ୟ ସ୍ଥରୀୟ ମ୍ୟାଚ ଅନୁଷ୍ଠିତ ହେଉଥିଲା । ଆଜିର ଖେଳ ଆରମ୍ବ ରୁ ବହୁ ଚିତାକର୍ଷକ ହୋଇଥିଲା। ଖେଳେ ର ପ୍ରଥମାଅର୍ଦ୍ଧ ରେ କୁଚିଣ୍ଡା ଦଳ ଗୋଟିଏ ଗୋଲ ଦେଇଥିବା ବେଳେ ଝାରସୁଗୁଡା ମ୍ୟାଚ ଶେଷ ପର୍ଯ୍ୟନ୍ତ କୌଣସି ଗୋଲ ଦେବରେ ଅକ୍ଷମ ହୋଇଥିଲା।ଆଜିର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ଅନୁଗୋଳ କ୍ରିକେଟ ଆସୋସିଏସନ ର ସଭାପତି ତଥା ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ଅନ୍ୟ ଅତିଥିମାନେ ଯୋଗଦେଇ ଖେଳାଳି ମାନଙ୍କ ମନବଳ ଦୃଢ଼ କରିବା ସହ ଚମ୍ପିୟାନ ଓ ରନର୍ସଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ପ୍ରିନ୍ସ ଆଇଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ଏହି ରାଜ୍ୟ ସ୍ଥରୀୟ ମ୍ୟାଚ ର ଆୟୋଜନ ହୋଇଥିଲା ।