ଅନୁଗୋଳ ଅଫିମ ଚାଷ ,୧୫ ଶହ ରୁ ଉର୍ଦ୍ଧ ଅଫିମ ଗଛ ନଷ୍ଟ କଲା ପୋଲିସ .

ଅନୁଗୋଳ ରେ ଗଞ୍ଜେଇ ପରେ ଅଫିମ ଚାଷ। ଉପାନ୍ତ ଅଞ୍ଚଳ ଚାଷ ହୋଇଥିବା ପ୍ରାୟ 2 ଏକର ରୁ ଅଧିକ ଜମିର ରେ ଚାଷ ହୋଇଥିବା ଅଫିମ ଗଛ କୁ ନଷ୍ଟ କରିଛି ପୋଲିସ। ଏନେଇ ଅନୁଗୋଳ ପୋଲିସ ପକ୍ଷରୁ ଫଟୋ ଜାରି କରାଯାଇଛି।ଜିଲ୍ଲା ଉପାନ୍ତ ଅଞ୍ଚଳ ନଗିରା ଓ ସିବିଡ଼ା ଗ୍ରାମ ନିକଟ ଏକ ଜଙ୍ଗଲରୁ ଅନୁଗୋଳ ଓ ପାଲଲହଡ଼ା ପୁଲିସ ମିଳିତ ଭାବେ ଚଢ଼ାଉ କରି ୨ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଅଫିମ ଗଛ ନଷ୍ଟ କରିଛି । 

ସୂଚନା ଅନୁସାରେ ଦୀର୍ଘଦିନ ହେଲା ଏହି ଦୁର୍ଗମ ପାହାଡିଆ ଅଞ୍ଚଳରେ ଅଫିମ ଚାଷ ହୋଇଥିବା ବେଳେ  ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନାଙ୍କ ନିର୍ଦେଶ କ୍ରମେ ଜିଲା ପୁଲିସର ଏକ ଟିମ ଏବଂ ପାଲଲହଡ଼ା ଉପଖଣ୍ଡ ପୋଲିସ ନେତୃତ୍ୱ ଏକ ଟିମ ମିଳିତ ଭାବେ ଚଢ଼ାଉ କରି କରିଥିଲେ । ୨ ଏକର ଜମିରେ ୧୫୦୦୦ ରୁ ଉର୍ଦ୍ଧ ଅଫିମ ଗଛ ନଷ୍ଟ କରା ଯାଇଥିଲା । ତେବେ ଏତେ ବଡ ଅଞ୍ଚଳରେ ଏତେ ପରିମାଣର ଅଫିମ ଗଛ କିଏ ଓ କିଭଳି କଲା ତାହା ଜଣା ପଡି ନାହିଁ ।ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *