ଅନୁଗୋଳ: ଅନୁଗୋଳ ରେ ଆରମ୍ବ ହୋଇଛି ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । କ୍ରିକେଟ ଖେଳିବା ପ୍ରତି ଯୁବ ପିଢି ଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ ନେଇ ଅନୁଗୋଳ କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରାଯାଇଛି। ଏଥର କ୍ରିକେଟ ଆସୋସିଏସନ ତାର 25 ବର୍ଷ ପୂର୍ତ୍ତ ବା ସିଲଭର ଯୁବଲି ପାଳନ କରୁଥିବା ବେଳେ ଏହି ଭଳି ପ୍ରାୟସ ଆରମ୍ଭ କରିଛି।




ଆଜି ଏହି ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ମ୍ୟାଚ ସୋଲାର କ୍ରିକେଟ କ୍ଲବ ଓ ଓଡ଼ିଆ ପୋଷ୍ଟାଲ ଏକାଦଶ ମଧ୍ୟରେ ହୋଇଥିଲା।ଟଚ ଜିତି ପଥମେ ପୋଷ୍ଟାଲ ଏକାଦଶ ନିର୍ଧାରିତ 20 ଓଭର ରେ 7 ଉଇକେଟ ହରାଇ 137 ରନ ସଂଗ୍ରହ କରିଥିଲେ। ଜବାବରେ ସୋଲାର କ୍ରିକେଟ କ୍ଲବ ପ୍ରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ନା କରିବା ସହ 75 ରନ ରେ ଅଲ ଆଉଟ ହୋଇଯାଇଥିଲେ। ଆଜିର ଉଦଘାଟନ ଉତ୍ସବ ରେ ଉପ ବାଚସ୍ପତି ରଜନୀକାନ୍ତ ସିଂ, ସାଂସଦ ମହେଶ ସାହୁ , ଙ୍କ ସହ ଜିଲାର 4 ବିଧାୟକ ପୌରପାଳିକାର ଅଧକ୍ଷ, ଜିଲାପାଳ ସିଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଓସିଏ ଆପେକ୍ସ କମିଟିର ସଦସ୍ୟ ତଥା ଅନୁଗୋଳ କ୍ରିକେଟ ଆସୋସିଏସନ ର ସଭାପତି ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ଶେଷ ଦିନ କ୍ରିକେଟ ର ଗୌତମ ଗମ୍ବିର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।