ଜାତୀୟ ସମର କଳା ପ୍ରତିଯୋଗିତା ପାଇଁ ଅନୁଗୋଳ ଜିଲ୍ଲାରୁ ୫ଜଣ ଖେଳାଳି ମନୋନୀତ

ଅନୁଗୋଳ: ଚଳିତ ମାସ ୩୦ ତାରିଖ ଠାରୁ ଆସନ୍ତା ଜାନୁୟାରୀ ମାସ ୩ ତାରିଖ ପର୍ଯ୍ୟନ୍ତ ୨୩ତମ ଜାତୀୟ ସ୍ତରୀୟ ସମର କଳା ପ୍ରତିଯୋଗିତା ଜମ୍ମୁ କାଶ୍ମୀର ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଅନୁଗୋଳ ଜିଲ୍ଲାରୁ ୫ଜଣ ଖେଳାଳି ମନୋନୀତ ହୋଇଛନ୍ତି l

ମନୋନୀତ ଖେଳାଳି ମାନେ ହେଲେ ବରିଷ୍ଠ ବିଭାଗର ଚିତ୍ତ ରଞ୍ଜନ ମହନ୍ତ ଓ ପ୍ରୀୟଂସୁ ରାୟ, ଉପ-କନିଷ୍ଠ ବିଭାଗରେ କ୍ଷିତିଜ୍ ବର୍ମା ଓ ଆଦିତ୍ୟ ପ୍ରକାଶ ସିଂହ ଏଵଂ ଉପ-କନିଷ୍ଠ ବିଭାଗର ବାଳିକା ଶ୍ରୀୟାଶ୍ରୀ ପ୍ରଧାନ l ଉକ୍ତ ଖେଳାଳି ମାନେ ରାଜ୍ୟ ସହ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥଙ୍କ ନିକଟରୁ ଶିକ୍ଷା ଗ୍ରହଣ କରୁଛନ୍ତି l ଏହି ଖେଳାଳି ମାନଙ୍କୁ ଅନୁଗୋଳ ପୌରପାଳିକା ୨୦ ନମ୍ବର  ପରିଷଦ ରେଣୁକା ଦେଇ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିବା ସହ ଅଭିନନ୍ଦନ ଜଣାଇଥିଲେ l 20 ନମ୍ବର ପରିଷଦ ର ସଦସ୍ୟ କେଶବ ଚନ୍ଦ୍ର ସେଠୀ ମଧ୍ୟ ଉପସ୍ଥିତ ରହି ଅଭିନନ୍ଦନ ଜଣାଇଥିଲେ । ଅନୁଗୋଳ ପୌରପାଳିକାର ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ ଓ ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦେବତା ଖେଳାଳି ମାନଙ୍କୁ ଏହି ସମର କଳା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ପାଇଁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *