ମହିଳାଙ୍କୁ ଆର୍ଥିକ ସ୍ବବାବଲମ୍ବୀ କରିବ ‘ସ୍ଵର’

ଅନୁଗୋଳ: ଭାରତୀୟ ସ୍ତ୍ରୀ ଶକ୍ତିର ଓଡିଶା ସଖା ‘ସ୍ଵର’ ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ମାନଙ୍କ ପାଇଁ ଫେବ୍ରିକେଶନ ପେଣ୍ଟିଂ , ଆଟିଫିସିଆଲ ଜୁଏଲାରି ମେକିଂ ଓ ପଟଚିତ୍ର ତିଆରିର ୫ ଦିନିଆ ପ୍ରଶିକ୍ଷଣ ଶିବିର ଅହି ସେଶ ହୋଇଛି । ଏହି ଶିବିର ର ଶେଷ ଦିନରେ ପ୍ରଶିକ୍ଷଣକୁ ସହଯୋଗର ହାତ ବଢାଇଥିବା SIDBI ବା (Small Industries Development Bank of India) ଭୁବନେଶ୍ବର ଶାଖାର DGM ପ୍ରଦ୍ୟୁମ୍ନ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ମହିଳା ମାନଙ୍କୁ ଆର୍ଥିକ ସ୍ବବାବଲମ୍ବୀ କରିବାପାଇଁ ସମସ୍ତ ସହାୟତା ଯୋଗାଇ ଦେବା ସହ ମହିଳାଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ ବିକ୍ରୟ ନିମନ୍ତେ ମଧ୍ୟ ଆର୍ଥିକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି  ଦେଇଥିଲେ ।

Advertisement

ଆଜି ଆୟୋଜିତ କାର୍ଯ୍ୟକ୍ରମରେ SIDBI ର ନିର୍ବାହୀ ଅଧିକାରୀ ଅଶ୍ଵିନୀ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପ୍ରଶିକ୍ଷୀକା ଶ୍ରୀମତୀ ସ୍ମିତା ପଟ୍ଟନାୟକ ଓ କାର୍ଯ୍ୟକ୍ରମର ଟ୍ରେନର ଶ୍ରୀମତୀ ପ୍ରୀତି ମଞ୍ଜୁଲା ଉପସ୍ଥିତ ଥିଲେ । ସ୍ଵର ଓ SIDBI ର ମିଳିତ ସହଯୋଗରେ ମହିଳାଙ୍କୁ ଆର୍ଥିକ ସ୍ବବାବଲମ୍ବୀ ପାଇଁ ରାଜ୍ୟର ୫ ଟି ସ୍ଥାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସ୍ଵର ର ଅନୁଗୋଳ ସଞ୍ଜୋଜିକା ଶ୍ରୀମତୀ ସଙ୍ଘମିତ୍ରା ପ୍ରଧାନ, ପ୍ରକାଶ , ମୀରା ପାତ୍ର , ସୁଚିସ୍ମିତା ତ୍ରିପାଠୀ , ବସନ୍ତମଞ୍ଜରୀ ପ୍ରଧାନ , ପଙ୍କଜିନୀ ପଣ୍ଡା ଓ ଶାରିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।  

Leave a Reply

Your email address will not be published. Required fields are marked *