ଅନୁଗୋଳ: ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ବଅଁରପାଳ ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୩୫୮କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଗତ କାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହାଛଡା ଆସନ୍ତା ୨୪ମାସ ମଧ୍ୟରେ ଦୁଇଟି ଯାକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ଏହି ପ୍ରକଳ୍ପ ହେଲେ ଅନୁଗୋଳ ବ୍ଲକ ଅଧୀନରେ ଥିବା ୩୪ଟି ପଞ୍ଚାୟତର ୨୭୭ଟି ଗାଁରେ ବସବାସ କରୁଥିବା ୧ଲକ୍ଷ ୬୬ହଜାର ଲୋକ ଏବଂ ବଅଁରପାଳ ବ୍ଲକ ଅଧୀନରେ ଥିବା ୧୩ଟି ପଞ୍ଚାୟତର ୫୨ଟି ଗାଁରେ ବସବାସ କରୁଥିବା ୭୦ହଜାର ଲୋକ ଉପକୃତ ହେବେ। ଏନେଇ ଆଜି ଅନୁଗୋଳରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଚିଫ ହୁଇପ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ବହୁ ପୁରୁଖା ବିଜେଡି ନେତା ଯୋଗ ଦେଇଥିଲେ।