ସ୍ଵର ବିୟୁରୋ : ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ବସ୍ତି । ଆଉ ବଢିବ ନାହିଁ ବିଦ୍ୟୁତ ଦର । ଆଗାମୀ ୩ ବର୍ଷ ଯାଏଁ ବିଦ୍ୟୁତ ଦର ବୃଦ୍ଧି ପାଇବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ବିଦ୍ୟୁତ ଦର ବୃଦ୍ଧି ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି । ବିଦ୍ୟୁତ ଦରବୃଦ୍ଧି ନେଇ ରାଜ୍ୟ ସରକାର କୌଣସି ଯୋଜନା ରଖି ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ବିଦ୍ୟୁତ ଦର ବୃଦ୍ଧି ହୋଇପାରେ ବୋଲି କିଛି ଗଣମାଧ୍ୟମ ଯେଉଁ ଅପପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି | ନୂଆବର୍ଷରୁ ବିଦ୍ୟୁତ ଦର ବଢ଼ିବା ନେଇ ଚର୍ଚ୍ଚା ହେଉଥିଲା । ଏନେଇ କିଛି ଗଣମାଧ୍ୟମରେ ଜୋରଦାର ଖବର ପ୍ରସାରଣ କରୁଥିଲେ । ଏପରିକି କିଛି ସଙ୍ଗଠନ ମଧ୍ୟ ଏହି ନିଷ୍ପତ୍ତିକୁ ତୀବ୍ର ଭାବରେ ବିରୋଧ କରିଥିଲେ । କିଛିକିଛି ସ୍ଥାନରେ ପ୍ରତିବାଦ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ଅନେକ ବିଦ୍ୟୁତ ଉପଭୋକ୍ତା ଚିନ୍ତାରେ ପଡି ଯାଇଥିଲେ କାରଣ ଭାରତର ଅନେକ ରାଜ୍ୟ ତୁଳନାରେ ରାଜ୍ୟରେ ବିଦ୍ୟୁତ ଦର ଅଧିକ ରହିଛି । ସାଧାରଣ ଉପଭୋକ୍ତାଟିଏ ବିନା ବିଦ୍ୟୁତରେ ଚଳିବା କଷ୍ଟକର ହୋଇପଡ଼ିଲାଣି । ସେହିପରି ଚଳିତବର୍ଷ ପ୍ରବଳ ଗରମ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ବିଦ୍ୟୁତ ଦରକୁ ନେଇ ଅନେକ ଉପଭୋକ୍ତା ଚିନ୍ତାରେ ପଡ଼ି ଯାଇଥିଲେ । ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଉପଭୋକ୍ତାଙ୍କୁ ଆଶ୍ବସ୍ତି ମିଳିଛି | ମନ୍ତ୍ରୀଙ୍କ କହିବା ମୁତାବକ ରାଜ୍ୟରେ ୨୫ ବର୍ଷ ପର୍ଯ୍ୟନ୍ତ ଟାଟା ପାୱାର ବିଦ୍ୟୁତ ସେବା ଦେବା ପାଇଁ ଚୁକ୍ତି କରାଯାଇଛି । ସମସ୍ତ ଉପଭୋକ୍ତାଙ୍କୁ ଯେପରି ସମସ୍ତ ସେବା ପ୍ରଦାନ କରାଯିବ ତାହା ସେମାନଙ୍କର ଦାୟିତ୍ବ । ନିରବିଛିନ୍ନ ବିଦ୍ୟୁତ ସେବା ପାଇଁ ଟାଟା ସମସ୍ତ ପ୍ରକାର କାର୍ଯ୍ୟ କରୁଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
Related Posts
ଓଡ଼ିଆ ସିନେଜଗତ ସ୍ତବ୍ଧ ବର୍ଷିଆନ୍ ଅଭିନେତା ମିହିର ଦାସଙ୍କ ପରଲୋକ ।
କଟକ: ଓଡ଼ିଶା ସିନେ ଜଗତର ବର୍ଷିଆନ୍ ଅଭିନେତା ତଥା ଲୋକପ୍ରିୟ କଳାକାର ମିହିର ଦାସଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ମୃତ୍ଯୁ ଘଟିଛି। କଟକର…
ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ,ପଛୁଆ ବର୍ଗଙ୍କ ପାଇଁ ଅନୁଗୋଳ ସଂରକ୍ଷିତ।
ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପ୍ରକାଶ ପାଇଛି ଚିଠା ବିଜ୍ଞପ୍ତି। ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ସଂରକ୍ଷଣ ତାଲିକା…
କିଏ କହିଲା ସଚ୍ଚୋଟତା ନାହିଁ ବୋଲି !
ଅନୁଗୋଳ : ଏବେବି ରହିଛି ସଚ୍ଚୋଟତା। ଟଙ୍କା ଭର୍ତ୍ତି ପର୍ସ ପାଇଥିଲେ ବି ଲୋଭ ତାଙ୍କୁ ଛୁଇଁ ପାରି ନଥିଲା। ଶେଷରେ ହଜାଇ ଥିବା ବ୍ୟକ୍ତି ଙ୍କୁ…