ଅନୁଗୋଳ: ବୁଧବାର ଠାରୁ ଆରମ୍ଭ ହୋଇଛି ଅନୁଗୋଳ ଜିଲା ମହୋତ୍ସବ। ହକି ବିଶ୍ୱକପ ଓ ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସର ରେ ଜିଲା ପ୍ରଶାସନ ପକ୍ଷରୁ ଏହି ମହୋତ୍ସବ ର ଆୟୋଜନ କରାଯାଇଛି । ବିଧାନସଭା ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଅନ୍ୟ ଅତିଥି ମାନଙ୍କ ଗ୍ରହଣରେ ନବମ ଅନୁଗୋଳ ଜିଲା ମହୋତ୍ସବ କୁ କରିଥିଲେ ଉଦ୍ଦଘାଟନ। 5 ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ର ପ୍ରଥମ ସନ୍ଧ୍ୟା ଥିଲା ଅତିବ ଆକର୍ଷଣୀୟ ଓ ଚିତା କର୍ଷକ। ବଲିଉଡ ର ପ୍ଲେ ବ୍ୟାକ ସିଙ୍ଗର ବିନି ଦୟାଲ ଙ୍କ ପପ ସଙ୍ଗୀତ ସମସ୍ତ ଙ୍କ ମନ ଛୁଇଁଥିଲା।

ଅନୁଗୋଳ ଜିଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସର ଆରମ୍ଭ ହୋଇଛି ଜିଲା ମହୋତ୍ସବ। ଓଡିଶା ବିଧାନସଭା ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଓ ଜିଲ୍ଲର ସମସ୍ତ ବିଧାୟକ ଏବଂ ଢେଙ୍କାନାଳ ସାଂସଦ ମହେଶ ସାହୁ ଙ୍କ ଉପସ୍ଥିତି ରେ ଅନୁଗୋଳ ଷ୍ଠାଡିୟମ ପଡିଆର ମୁକ୍ତକାଶ ମଞ୍ଚରେ ଉଦ୍ଘାଟନ ହୋଇଛି ଜିଲା ମହୋତ୍ସବ। ଏହା ପୂର୍ବରୁ ସ୍ଥାନୀୟ କଳାକାର ମାନକୁ ନେଇ ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଲୋକଙ୍କ ମନ ଜିଣି ଥିଲା । ଅନୁଗୋଳ ଜିଲ୍ଲାର କଳା ସଂସ୍କୃତି କୁ ନେଇ ପରିବେଷିତ ହୋଇଥିବା ନୃତ୍ୟ ଥିଲା ସବୁଠାରୁ ଆକର୍ଷଣୀୟ ।

ପ୍ରଥମ ସନ୍ଧ୍ୟାର ଆକର୍ଷଣ ସାଜିଥିବା ବଲିଉଡ ପପ ସିଙ୍ଗର ବିନି ଦୟାଲ । ପରିବେଷଣ କରିଚାଲିଥିଲେ ଗୋଟିଏ ପରେ ଗୋଟିଏ ହିଟ। ତାଙ୍କ ସଙ୍ଗୀତ ପରିବେଷଣ ଦୁଲୁକି ଥିଲା ପୁରା ମହୋତ୍ସବ ମଞ୍ଚ । ଯାହାଙ୍କ ସଙ୍ଗୀତ ମୁକ୍ତା ଆକାଶ ରଙ୍ଗମଞ୍ଚରେ ବିଳମ୍ବିତ ରାତି ଯାଏ ସମସ୍ତ ଙ୍କୁ ବାନ୍ଧି ରଖିଥିଲା।ଯେତିକି ରାତି ବଢୁ ଥାଏ ବିନି ଙ୍କ ସଙ୍ଗୀତ ସେତିକି ମତୁଆଲା କରୁଥିଲା ସମସ୍ତ ଙ୍କୁ ।ଯାହାକୁ ମନ ଭରି ଉପଭୋଗ କରିଥିଲେ ଅନୁଗୋଳ ବାସୀ ।ଏହା ସହ କମେଡିଆନ ଅନୁଗୋଳିଆ ବଣ୍ଟି ଓ ତାଙ୍କ ସହଯୋଗୀ ଙ୍କ କମେଡି ସମସ୍ତ ଙ୍କୁ ହସେଇ ହସେଇ ବେଦମ କରିଥିଲା ।

ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସଭାରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତୀ ବେହେରା, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଓଡ଼ିଶା ଯୁବ ମଙ୍ଗଳ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ କୁନା ବିହାରୀ ଦାଶ, ତାମ୍ଡ଼ା ଅଧ୍ୟକ୍ଷ ଅବନୀ କୁମାର ସାହୁ, ଏୟୁସିସି ବ୍ୟାଙ୍କ୍ ସଭାପତି ସନ୍ତୋଷ ପ୍ରଧାନ, ସମ୍ବଲପୁର ମହାଡାକପାଳ ରିଜୁ ଗାଙ୍ଗୁଲି, ବସୁଧା ଯୋଜନାର ପରାମର୍ଶଦାତା ଦିନେଶ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମହୋତ୍ସବର ସ୍ମରଣିକା ଏବଂ ଡାକ ବିଭାଗ ପକ୍ଷରୁ ପିକ୍ଚର ପୋଷ୍ଟ କାର୍ଡ ଉନ୍ମୋଚିତ ହୋଇଥିଲା। ଶେଷରେ ପାଳଲହଡ଼ା ବିଧାୟକ ଶ୍ରୀ ପାଳ ଧନ୍ୟବାଦ ଦେଇଥିଲେ।