ସରକାରଙ୍କ ମୁକ୍ତା ଯୋଜନାକୁ ଅନ୍ତର୍ଜାତୀୟ ମାନ୍ୟତା; WRI ପକ୍ଷରୁ ପୁରସ୍କୃତ.

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାକୁ ମିଳିଲା ଆନ୍ତର୍ଜାତୀୟ ମାନ୍ୟତା । ବିଶ୍ବ ସମ୍ବଳ ସଂସ୍ଥା ବା WRI ପକ୍ଷରୁ ମୁକ୍ତା ଯୋଜନାର ସଫଳ ରୁପାୟନ ନେଇ ପୁରସ୍କୃତ କରାଯାଇଛି । ନିୟୁର୍କ ସିଟିର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀତାରେ ୬୫ଟି ଦେଶର ୧୫୫ଟି ସହରରୁ ୨୬୦ଟି ଆବେଦନ ଆସିଥିଲା । ସରକାର ଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହି ସହରୀ କର୍ମ ନିଯୁକ୍ତି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୨୧-୨୦୨୨ ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଅନ୍ୟତମ ବିଜେତା ଭାବରେ ମନୋନୀତ ହୋଇ (ଡବ୍ୟୁଆରଆଇ), ସହରଗୁଡିକ ପାଇଁ ରସ୍ କେନ୍ଦ୍ର ପୁରସ୍କାର ହାସଲ କରିଛି ।

ଫେବୃଆରୀ ୧ ତାରିଖରେ ନ୍ୟୁୟର୍କ ସହରର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେତା ଘୋଷିତ ହୋଇଥିଲା । ନ୍ୟୁୟର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନନ୍ ଏହି ଆନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ବିଭାଗର ଯୁଗ୍ମ ସଚିବ ଶ୍ରୀ ସାରଦା ପ୍ରସାଦ ପଣ୍ଡା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏକ ଆନ୍ତର୍ଜାତୀୟ ଜୁରି ଦଳ ଏହି ପୁରସ୍କାର ପ୍ରତିଯୋଗିତାରେ ୬୫ ଟି ଦେଶର ୧୫୫ ଟି ସହରରୁ ଆସିଥିବା ୨୬୦ ଟି ଆବେଦନ ମଧ୍ୟରୁ ମୁକ୍ତା କୁ ବିଜେତା ଭାବରେ ଚୟନ କରିଛନ୍ତି ।

Leave a Reply

Your email address will not be published. Required fields are marked *