ଭୁବନେଶ୍ବର :ପିପିଲିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ସାରା ଦେଶରେ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆଜି ନିର୍ବାଚନ କମିଶନ ଯେଉଁ ସବୁ ସ୍ଥାନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ ଯୋଗୁ କିମ୍ବା ଅନ୍ୟ କାରଣ ଯୋଗୁ ଆସନ ଫାଙ୍କା ପଡିଛି, ସେହି ସବୁ ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି କ୍ରମରେ ବିଜେଡିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ ଏପ୍ରିଲ ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ।ଏହି ଉପନିର୍ବାଚନ ପାଇଁ ଚଳିତ ମାର୍ଚ୍ଚ ୨୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୩ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ତେବେ ମେ’ ମାସ ୨ରେ ଭୋଟ ଗଣତି କରାଯାଇ ସେହିଦିନ ଫଳ ପ୍ରକାଶ ପାଇବ।
Related Posts
ଗୋଟିଏ ଦିନରେ ଦୁଇଟି ଦୁର୍ଘଟଣା, ୬ ମୃତ.
ଅନୁଗୋଳ : ଜିଲା ଜରପଡା ଥାନା ନିକଟସ୍ଥ ୫୫ନ ଜାତୀୟ ରାଜପଥର ଜରପଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆମ୍ବୁଲାନ୍ସ ପିଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କରକୁ। ଫଳରେ…
ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଫେରି ଗଲେ ରାଷ୍ଟ୍ରପତି।
ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତ ସାରି ବିଶାଖାପାଟଣା ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିଲେ…
ରାଜ୍ୟରେ ହେବ ୩୪ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ, ରହିବ ସ୍ବତନ୍ତ୍ର ବ୍ୟବସ୍ଥା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ…