ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ। ଏ ନେଇ ଆଜି ଆଇସିସି ପକ୍ଷରୁ ରାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ନାଗପୁର ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇଛି ଏହି ରାଙ୍କିଂ ତାଲିକା । ତେବେ ଟେଷ୍ଟ ରାଙ୍କିଂରେ ୧୧୫ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବାବେଳେ ଦିନିକିଆରେ ୧୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିପର ଟି-୨୦ରେ ୨୬୭ ପଏଣ୍ଟ ସହ ନମ୍ବର- ୧ରେ ରହିଛି ଟିମ୍ ଇଣ୍ଡିଆ । ଭାରତୀୟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଘଟଣା । ପୁରୁଷ ଟିମ୍ ଏକାସାଙ୍ଗେ ତିନୋଟି ଫର୍ମାଟରେ ନମ୍ବର-୧ ହୋଇଛି । ଭାରତୀୟ ଟିମ୍ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ପୂର୍ବରୁ ହିଁ ନମ୍ବର-୧ ରହିଥିଲା ।



