ନୂଆଦିଲ୍ଲୀ : ବ୍ୟାଙ୍କ ମିଶ୍ରଣ ଓ ଘରୋଇକରଣ ପ୍ରତିବାଦରେ ଦେଶରେ ବ୍ୟାଙ୍କ ଧର୍ମଘଟ ଚାଲିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ୟାଙ୍କମାନଙ୍କ ମିଶ୍ରଣ ଦ୍ବାରା କର୍ମଚାରୀଙ୍କ ସ୍ବାର୍ଥ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ । କର୍ମଚାରୀଙ୍କ ସ୍ବାର୍ଥରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସେହିପରି ବ୍ୟାଙ୍କ ଘରୋଇକରଣ ସମ୍ପର୍କରେ ସେ କହିଛନ୍ତି ଯେ ଯେଉଁ ବ୍ୟାଙ୍କଗୁଡ଼ିକର ଘରୋଇକରଣ ହେବ ସେଗୁଡ଼ିକର କର୍ମଚାରୀଙ୍କ ସ୍ବାର୍ଥରକ୍ଷା ସରକାର କରିବେ । ସେମାନଙ୍କ ଦରମା, ଦରମାହାର ଓ ପେନସନ ଆଦିର ସୁରକ୍ଷା କରାଯିବ ।ସେ କହିଛନ୍ତି ଯେ ଦେଶରେ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପ୍ରଦର୍ଶନ ଉତ୍ତମ ରହିଛି । ଆଉ କେତେକ ବ୍ୟାଙ୍କର ପ୍ରଦର୍ଶନ ଠିକଠାକ ରହିଛି । କିନ୍ତୁ ଆମକୁ ଷ୍ଟେଟ ବ୍ୟାଙ୍କ ଆକାରର ଆଉ କେତେକ ବଡ଼ ବ୍ୟାଙ୍କ ଆବଶ୍ୟକ । ଏଥିପାଇଁ ମିଶ୍ରଣର ଆବଶ୍ୟକତା ରହିଛି ।
Related Posts
ଜଗା ଦର୍ଶନ ପାଇଁ ଲାଗିଲା କଟକଣା;ସୋମବାର ଠାରୁ ୩୧ ଯାଏଁ ଦର୍ଶନ ମନା ।
ପୁରୀ: ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍ ବଢ଼ିଯିବାରୁ କଟକଣା ବଢ଼ିଛି। କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି। ଆସନ୍ତା ଜାନୁଆରି ୧୦ ତାରିଖ…
ଗୁଜୁରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ
ସ୍ଵର ବ୍ୟୁରୋ: ମୁଖ୍ୟ ମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ର ବିଜୟ ପରେ ଗୁଜୁରାଟ ବିଜେପି ଦଳର ନେତା…
ରାଜଧାନୀରେ ଆଉ ୪ ବ୍ଲାକ୍ ଫଙ୍ଗସ୍ ରୋଗୀ!
ଭୁବନେଶ୍ବର: ରାଜଧାନୀରେ ଆଉ ୪ ଜଣ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ସନ୍ଦେହରେ ଚିକିତ୍ସିତ ହେଉଛନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଥିବା…