ଅନୁଗୋଳ ଜିଲ୍ଲାର ହାତବୁଣା ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଆଠମଲ୍ଲିକର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ହାତବୁଣା ଗାମୁଛା ଦେଇ ଔପଚାରିକ ଭାବେ ଓଡ଼ିଶା ଗସ୍ତ ପାଇଁ ଶ୍ରୀ ପ୍ରଧାନ ନିମନ୍ତ୍ରଣ କରିଥିଲେ। ଆସନ୍ତା ୨୧ ଓ ୨୨ ତାରିଖରେ ରାଷ୍ଟ୍ରପତିଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଉରକେଲା ଇସ୍ପାତ କରଖାନା ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)କୁ ଉଦ୍‌ଘାଟନ କରିବା ସହ ଏକାଧିକ କର୍ଯ୍ୟକ୍ରମରେ ଯୋଗ ଦେବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *