ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଅନୁଗୋଳ ପକ୍ଷରୁ ଏହାର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲ(ବାଉଜି)ଙ୍କ ୧୮ତମ ପୂଣ୍ୟତିଥି ପାଳିତ ହୋଇଅଛି I ଏହି ଅବସରରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ସଭା,ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସାଙ୍ଗକୁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରାଯାଇଥିଲା Iଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝାଙ୍କ ନେତୃତ୍ବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମସ୍ତବିଭାଗୀୟ ମୁଖ୍ୟ, କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିବା ସାଙ୍ଗକୁ ଏହିମହାନ ଆତ୍ମାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟlବଳୀର ସ୍ମରଣ କରିଥିଲେ lଏହି ଅବସରରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିନ୍ଦଲ ନଗର ପରିସରରେ ଆୟୋଜିତ ହୋଇଥିବା ସ୍ଵେଚ୍ଛାକୃତ ରକ୍ତ ଦାନ କାର୍ଯ୍ୟକ୍ରମକୁ ଶ୍ରୀ ହୃଦୟେଶ୍ଵର ଝାଉଦଘାଟନ କରିବା ସହିତ କର୍ମଚାରୀଙ୍କୁ ରକ୍ତଦାନ କରି ଅମୂଲ୍ୟ ଜୀବନ ରକ୍ଷା କରିବା ନିମନ୍ତେ ଉତ୍ସାହିତ କରିଥିଲେ lଓଡିଶା ରକ୍ତ ଭଣ୍ଡାର ଏବଂ ଜେଏସପି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତ ଦାନ ଶିବିରରେ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସତ୍ୟବ୍ରତ ପାଟ୍ଟଜୋଶୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ lଏହି ଶିବିରରୁ ସମୁଦାୟ ୧୪୯ ୟୁନିଟ ରକ୍ତ ସଂଗୃହୀତ ହୋଇଅଛି l ଜିନ୍ଦଲ ମହିଳା ସମିତି,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ସହ ଯୋଗ ଦେଇ ପାର୍ଶ୍ଵବର୍ତୀ ଅଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକ ଏବଂ ବୃଦ୍ଧାଶ୍ରମରେ ବାସ କରୁଥିବା ଲୋକଙ୍କୁ ବିଭିନ୍ନ ମୌଳିକ ଉପଯୋଗୀ ଯେପରି ଶୁଖିଲା ଖାଦ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ବଣ୍ଟନ କରିଥିଲେ Iବଡମହିତଳା ପୁନର୍ବାସ ଏବଂ ଥଇଥାନ କଲୋନୀ ସ୍ଥିତ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲରେ ମଧ୍ୟ ବାଉଜିଙ୍କୁ ସ୍ମରଣ କରିବା ସହିତ ତାଙ୍କ ସମ୍ମାନରେ ଛାତ୍ର ଛାତ୍ରୀ ମାନେ ବାଉଜିଙ୍କର ସୁନ୍ଦର ଚିତ୍ର ଅଙ୍କନ କରିଥିଲେ l

ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଠାରେ ଅଖଣ୍ଡ ରାମାୟଣ ପାଠ, ପୂଜା, ହବନ, ପୁଷ୍ପାଞ୍ଜଳି ସହିତ ପୂର୍ଣାହୁତିଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବହୁଳ ସଂଖ୍ୟାରେ ଲୋକ ଯୋଗ ଦେଇ ଥିଲେ lଏକ ସାଧାରଣ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଓମ ପ୍ରକାଶ ଜିନ୍ଦଲ ତାଙ୍କର ଦୃଢ ଇଚ୍ଛାଶକ୍ତିଫଳରେ ସେ ଜଣେ ସଫଳ ବ୍ୟବସାୟୀ ହେବା ସାଙ୍ଗକୁ ସେ ତାଙ୍କ ସାମାଜିକ ଜୀବନରେ ଅପାର ସଫଳତା ଲାଭ କରିଥିଲେl ଏକ ଆତ୍ମ-ନିର୍ଭର ଭାରତ ନିମନ୍ତେ ସ୍ଵପ୍ନ ଦେଖିଥିବା ଏହି ଅଗ୍ରଣୀ ଶିଲ୍ପପତି ଦେଶର ଏକ ଆଗ ଧାଡିରବ୍ଯବସାୟିକ ପ୍ରତିଷ୍ଠାନ ଭାବରେ ଓପି ଜିନ୍ଦଲ ଗୃପ ସମୂହକୁ ପ୍ରତିଷ୍ଠା କରିଥିଲେ l ବେଙ୍ଗଲ ଚାମ୍ବର ଅଫ କମର୍ଶଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଭାରତର ଇସ୍ପାତ ଶିଳ୍ପ ନିମନ୍ତେ ବହୁ ମୂଲ୍ୟ ଅବଦାନ ପାଇଁ ତାଙ୍କୁ ସମ୍ମାନଜନକ“ଜୀବନ ବ୍ୟାପୀ ସାଧନା” ପୁରସ୍କାରରେ ସମ୍ମାନିତ କରାଯାଇଥିଲା lସେ ଏଥି ସହିତ ହରିୟାନା ବିଧାନ ସଭା ଏବଂ ସଂସଦର ସଦସ୍ୟ ଭାବରେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ନିମନ୍ତେସାର୍ଥକ ଭାବେ ଯୋଗଦାନ କରିଥିଲେ l ସେ ହରିୟାନା ରାଜ୍ୟ ସରକାରରେ ଶକ୍ତି ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ l ସେ ଜଣେ ବିଶିଷ୍ଟ ସମାଜସେବୀ ଭାବରେ ବହୁ ଗୁଡିଏ ବିଦ୍ୟାଳୟ, ଡାକ୍ତରଖାନା ଏବଂ ଗୋଷ୍ଠୀଗତ ସଂସ୍ଥାନ ପ୍ରତିଷ୍ଠା ଦିଗରେ ମହତ୍ଵପୂର୍ଣ ଭୂମିକା ନିର୍ବାହ କରିଥିଲେ l