ଅନୁଗୋଳରେ ହେବ  ଜାତୀୟ ଟାଇ ବକ୍ସ ପ୍ରତିଯୋଗିତା।

ଅନୁଗୋଳ : ଅନୁଗୋଳ ରେ ପ୍ରଥମ କରି ଆୟୋଜିତ ହେବାକୁ ଯାଉଛି ଜାତୀୟ ଟାଇ ବକ୍ସ ପ୍ରତିଯୋଗିତା । ଆସନ୍ତା 28ତାରିଖଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ 30 ତାରିଖ ଦିନ ଏହା ଶେଷ ହେବ ।  ଏନେଇ ଏକ ସାମ୍ବାଦିକ ସମ୍ମିଳୀରେ ରେ ସୂଚନା ଦେଇଛନ୍ତି ଟାଇ ବକ୍ସ ପ୍ରତିଯୋଗିତା କମିଟିର କର୍ମକର୍ତ୍ତା। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସଭାପତି ବିଭୂତି ଭୂଷଣ ବେହେରା ,ଉପସଭାପତି ଗଙ୍ଗାଧର ସାହୁ, ରାଜ୍ୟ ଉପ ସଭାପତି ଅନିଲ ରାଉଳଙ୍କ ସହ ରାଜ୍ୟ ଉପସଭାପତି ଦୁଷ୍ମନ୍ତ ନାଥ ଯୋଗ ଦେଇଥିଲେ ।

Advertisement

ଚଳିତ ଏପ୍ରିଲ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରତିଯୋଗିତା ୩୦ ତାରିଖ ଦିନ ଶେଷ ହେବବୋଲି ସଂଗଠନ ର ଜାତୀୟ ସଭାପତି ବିଭୂତି ଭୂଷଣ ବେହେରା ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତା ରେ ୨୨ ଟି ରାଜ୍ୟର ୫ ଶହ ରୁ ଉର୍ଧ୍ବ ଖେଳାଳି ଓ ୭୦ ଜଣ ଅଫିସିଆଲ ଯୋଗ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀ ରେ କର୍ମକର୍ତ୍ତାମାନେ ସୂଚନା  ଦେଇଛନ୍ତି।

Leave a Reply

Your email address will not be published. Required fields are marked *