ଅନୁଗୋଳ ରେ ଫଟୋଗ୍ରାଫି ମାଷ୍ଟର କ୍ଲାସ ଆୟୋଜିତ

ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସଦଦ୍ଭାବନା ମଣ୍ଡପ ଠାରେ ଫଟୋଗ୍ରାଫି ମାଷ୍ଟର କ୍ଲାସ ଆୟୋଜିତ ହୋଇ ଯାଇଛି। ଫୁଜି ଫିଲ୍ମ କମ୍ପାନୀ ଓ ଅନୁଗୋଳ ଫଟୋ ଗ୍ରାଫର ଆସୋସିଏସନ ର ମିଳିତ ସହଯୋଗରେ ଏହି ମାଷ୍ଟର କ୍ଲାସ ର ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମ ରେ ଜିଲାର ବିଭିନ୍ନ ଅଞ୍ଚଳ ଫଟୋ ଗ୍ରାଫର୍ ମାନେ ଭାଗ ନେଇ ଫଟୋ ଗ୍ରାଫି ର କୌଶଳ ଓ ନୂତନ କ୍ୟାମେରେ ରେ ଆସୁଥିବା ଫିଚର ସମ୍ପର୍କରେ ଜାଣିବାକୁ ପାଇଥିଲେ । ମେଣ୍ଟର ଭାବେ ଫୁଜିଫିଲିମ ପକ୍ଷରୁ ବରିଷ୍ଟ ପ୍ରଶିକ୍ଷକ ଅନୁପ ଗୁହା ଯୋଗ ଦେଇ ଜିଲାର ଫଟୋଗ୍ରାଫର ଫଟୋଗ୍ରାଫି ର ନୂତନ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।ସେହିପରି ଫୁଜିପ୍ଲିମ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରେ ମଝିବୁର ରେହେମାନ ଇ ସତ୍ୟ ଭାଇ ସହଯୋଗ କରିଥିଲେ l

କାର୍ଯ୍ୟକ୍ରମ ପରିଚାଳନା ରେ ସଙ୍ଘ ର ସଭାପତି ଦିଲ୍ଲୀପ କୁମାର ଧୀରସାମନ୍ତ, ଉପଦେଷ୍ଟା ଜୟକୃଷ୍ଣ ପାତ୍ର, ଓ ଆଇନ ଉପଦେଷ୍ଠା ଭୂପେଶ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକ୍ରମ ପରିଚାଳନା ରେ କଯ୍ୟକାରୀ ସଭାପତି ଅନନ୍ତ ନାୟକ,ସମ୍ପାଦକ ଦୀନବନ୍ଧୁ ସାହୁ ଉପ ସଭାପତି ମନୋଜ ପାଳ କୋଷାଧ୍ୟକ୍ଷ ଛବିଳ କୁମାର ସାହୁ ଓଗୋପାଳ ଚନ୍ଦ୍ର ସାହୁ, ଅମୀୟ ଜେନା, ରଘୁନାଥ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *