
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥଣ୍ଡା ପବନ ଅନୁଭୂତ ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଅନୁଗୋଳ ଜିଲ୍ଲା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର,ଓ ବୌଦ୍ଧ ଆଦି ଜିଲ୍ଲାକୁ ପାଣିପାଗ କେନ୍ଦ୍ରପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି।
ଏଥିସହିତ କଟକ, ଜଗତସିଂହପୁର, ପୁରୀ,କେନ୍ଦ୍ରାପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି। ଅତ୍ୟାବଶ୍ୟକ କାମଧନ୍ଦା ନଥିଲେ ଭୋର୍ ସକାଳୁ କିମ୍ବା ସନ୍ଧ୍ୟା ପରେ ଲୋକଙ୍କୁ ବାହାରକୁ ଯିବା ଆସିବା ନକରିବାକୁ ବି ପରାମର୍ଶ ଦିଆଯାଇଛି।

ସେହିପରି ଫେବ୍ରୁଆରି ୧ରୁ ୨ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଓ ଅନୁଗୋଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଥଣ୍ଡା ପବନ ଅନୁଭୂତ ହେବ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ବି ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପୁରୀ, କନ୍ଧମାଳ, ମାଲକାନଗିରି, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ଗଜପତି ଆଦି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ।