ଭୁଶୁଡ଼ି ପଡିଲା ବ୍ରିଟିଶ ଅମଳର ପୋଲ।

 ଅନୁଗୋଳ : ଭୁଶୁଡି ପଡିଛି  ବ୍ରିଟିଶ ଅମଳର ଏକ ଲୁହା ପୋଲ।  ଅନୁଗୋଳ ଜିଲ୍ଲା ଛେଣ୍ଡିପଦା- ଅନୁଗୋଳ  ୬୩ ନମ୍ବର ରାଜ୍ୟ ରାଜପଥର ରାଇଝରଣ ନିକଟରେ ଥିବା ଲୁହା ପୋଲ ଟି ଭୁଶୁଡି ପଡିଛି  । ସିଙ୍ଗଡ଼ାନାଳ ଉପରେ ଲୁହା ପୋଲଟି ଗତକାଲି ରାତିରେ ଭୁଶୁଡି ପଡିଛି। ପୋଲ ୧୯୩୦-୩୨ ମସିହାରେ ନିର୍ମିତ ହୋଇଥିଲା। ପୋଲ ବିପଦ ସଂକୁଳ ଥିବା ଯୋଗୁ ତା’ପାଖରେ ଆଉ ଏକ ପୋଲ ନିର୍ମାଣ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଗତ ୭ ବର୍ଷ ହେବ ନୂଆ ପୋଲରେ ଯାତାୟାତ କରୁଥିଲେ ଲୋକେ। ରାତିରେ କେତେବେଳେ ଏହି ବିପଦ ସଂକୁଳ ଲୁହା ପୋଲଟି ଭୁଶୁଡି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି.

Leave a Reply

Your email address will not be published. Required fields are marked *