ଅନୁଗୋଳ; ହଜାର ହଜାର ସଂଖ୍ଯାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ ପାର୍ଶ୍ଵବର୍ତୀ ଗ୍ରାମବାସୀ ମାନେ ଜିନ୍ଦଲ ନଗର ପରିସରସ୍ଥ ଗୁଣ୍ଡିଚା ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା ବାହୁଡା ଯାତ୍ରାରେ ସାମିଲ ହୋଇଥିଲେ l ଏହି ଅବସରରେତିନି ରଥ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ବିଶ୍ଵ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ପ୍ରଭୁଙ୍କ ବାହୁଡା ଯାତ୍ରା ନିମନ୍ତେ ଜିନ୍ଦଲ ନଗର ମଧ୍ୟରେ ଅବସ୍ଥିତ ଥିବା ଗୁଣ୍ଡିଚା ମନ୍ଦିରଠାରୁ ଦେବଭୂମି ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅଭିମୁଖେ ବାହାରି ଥିଲେ l
ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ସମ୍ପୂର୍ଣ ପରିବାର ଏହି ବାହୁଡା ଯାତ୍ରାରେ ଯୋଗଦେବା ସହ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସଂପନ୍ନ କରିଥିଲେ lଶ୍ରୀ ନବୀନ ଜିନ୍ଦଲଙ୍କ ମାତା ଏବଂ ଓପି ଜିନ୍ଦଲ ଗୃପର ଚେୟାରପର୍ଶନ ଏମିରେଟ୍ସ ଶ୍ରୀମତୀ ସାବିତ୍ରୀ ଜିନ୍ଦଲ, ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ,ଓସୱାଲ ଗୃପ ଅଫ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷା–ଶ୍ରୀମତୀ ଅରୁଣା ଓସୱାଲ, ଶ୍ରୀମାନ ଭେଙ୍କଟେସ ଜିନ୍ଦଲ, ସୁଶ୍ରୀ ଯଶସ୍ଵିନୀ ଜିନ୍ଦଲ ପ୍ରମୁଖ ସାମିଲ ହୋଇଥିଲେ l
ପୁରୀ ମନ୍ଦିରର ବୈଦିକ ନୀତି ଅନୁସାରେ ପାଳନ କରାଯାଇଥିବା ଏହି ପବିତ୍ର କାର୍ଯ୍ୟକ୍ରମଟି ପ୍ରାତଃ ୫.୦୦ ଘଟିକାରୁ ପୁରୋହିତଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ପୂଜା ନୀତି ଯଥା, ମଣିମା ଡାକ, ଦ୍ଵାର ଫିଟା, ଭିତର ସୋଧ ନୀତି ପରେ ମଙ୍ଗଳ ଆରତୀ, ମଇଲମ, ତଡପଲାଗି, ଅବକାଶ ନୀତି, ଇତ୍ୟାଦି ସହିତ ଆରମ୍ଭ କରାଯାଇଥିଲା lଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ ପ୍ରାତଃ କାଳରେ ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହୋଇଥିବା ସକାଳର ମଙ୍ଗଳ ଆଳତୀ ସହ ସ୍ଵତନ୍ତ୍ର ପୂଜା ବିଧିରେ ସାମିଲ ହୋଇ ସଂପୂର୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହ ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀକାନ୍ତ ଜୀଙ୍କ ପରାମର୍ଶ ଅନୁସାରେ ପୂଜା କାର୍ଯ୍ୟ ସଂପନ୍ନ କରିଥିଲେ l
ଏହି ବାହୁଡା ଯାତ୍ରା ଅବସରରେ ପାର୍ଶ୍ଵବର୍ତୀ ଗ୍ରାମାଞ୍ଚଳରୁ ବହୁଳ ସଂଖ୍ଯାରେ ଜନ ସମାଗମ ହୋଇଥିଲା l ସ୍ଥାନୀୟ ଛେଣ୍ଡିପଦା ତଥା ଅନୁଗୋଳ ଜିଲ୍ଲାର କୋଣ ଅନୁକୋଣରୁ ବହୁଳ ସଂଖ୍ଯାରେ ଭକ୍ତ ଯୋଗଦାନ କରି ପବିତ୍ର ରଥ ଟାଣିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ lରଥ ଯାତ୍ରା ଭଳି ବାହୁଡା ଯାତ୍ରାକୁ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଫେସବୁକ ଏବଂ ୟୁଟ୍ଯୂବ ଜରିଆରେ ଏହାର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା, ଯାହାକୁ ବହୁଳ ଭାବେ ଶ୍ରଦ୍ଧାଳୁମାନେ ଦେଖିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ l
ବର୍ତମାନ ଠାକୁରମାନେ ନୀତି ମୁତାବକ ଆଗାମୀ ଦୁଇ ଦିନ ପାଇଁ ରଥାରୂଢ ହୋଇ ରହିବେ lଗୁରୁବାର ଦିନ ହରିହରିଶୟନ ଏକାଦଶୀ ଏବଂ ସୁନାବେଶ ପାଳନ କରିବା ସହ ଶୁକ୍ରବାର ଦିନ ଅଧରପଣା ନୀତି ସଂପନ୍ନ ହେଲା ପରେ ବହୁ ପ୍ରତୀକ୍ଷିତ ନୀଳାଦ୍ରି ବିଜେ ଆଗାମୀ ଶନିବାର ଦିନ ଅର୍ଥାତ ଜୁଲାଇ ମାସ ୧ ତାରିଖରେ ସଂପନ୍ନ ହେବlଏହି ପବିତ୍ର ଦିବସ ଅବସରରେ,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଫେସବୁକ ଏବଂ ୟୁଟ୍ଯୂବ ଜରିଆରେ ସୁନାବେଶର ସିଧାପ୍ରସାରଣ ଜୁନ ୨୯ ତାରିଖ ଅପରାହ୍ନ ୪.୦୦ ଘଟିକାରେ କରାଯିବ l ଶ୍ରଦ୍ଧାଳୁ ମାନେ ଏହାର ସିଧାପ୍ରସାରଣ ଏହି ଲିଙ୍କ https://www.youtube.com/live/q2QxBIcwu2s ମାଧ୍ୟମରେ ଦେଖି ପାରିବେ lଏହି ଅବସରରେ ପୁରୀଠାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ନିଃଶୂଳ୍କ ରନ୍ଧା ଖାଦ୍ୟ ସେବା ଶ୍ରଦ୍ଧାଳୁଙ୍କ ନିମନ୍ତେ ଗତ ୧୯ ଜୁନ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ବର୍ତମାନ ସୁଦ୍ଧା ଜେଏସପି ଫାଉଣ୍ଡେସନ ପକ୍ଷରୁ ୯.୪ ଲକ୍ଷ ଶ୍ରଦ୍ଧାଳୁଙ୍କୁଏହି ସେବା ଯୋଗାଇ ଦିଆଯାଇଅଛି l