ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।ପ୍ରକାଶଯୋଗ୍ୟ ଯେ ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ ଜୁଲାଇ ମାସରେ ଅନୁମୋଦନ ଦେଇଥିଲେ। ଏହା ସହିତ ଆଜି ଏହି ନୂତନ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ପଦବି ଅନୁମୋଦନ କରିଛନ୍ତି। ଏହି ପଦବି ଗୁଡିକ ହେଲା- ଗୋଟିଏ ଷ୍ଟେସନ ଅଫିସର, ଦୁଇଟି ଲିଡିଂ ଫାୟାରମ୍ୟାନ୍, ଗୋଟିଏ ଡ୍ରାଇଭର-ହାବିଲଦାର, ଗୋଟିଏ ଫାୟାରମ୍ୟାନ ଡ୍ରାଇଭର ଏବଂ ୧୦ଟି ଫାୟାରମ୍ୟାନ ପଦବି । ଖୁବଶୀଘ୍ର ଏହି ପଦବି ଗୁଡିକ ପୂରଣ ହୋଇ ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଦ୍ବାରା ଏଠାକାର ଲୋକେ ଉପକୃତ ହେବେ।
Related Posts
ଗଜଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ଅନୁଗୋଳ: ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ଦର୍ଶନ ଦେବେ ମା
ଅନୁଗୋଳ: ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଶିଳ୍ପ ନଗରି ଅନୁଗୋଳ। ଦୁର୍ଗା ପୂଜା ପରେ ବର୍ତ୍ତମାନ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଚୂଡାନ୍ତ…
ଅର୍ପଣ ଫାଉଣ୍ଡେସନ ଓ ଜେ ଏସ୍ ଏସ୍ ମିଳିତ ଭାବେ ରକ୍ତଦାନ ଶିବିର
ଅନୁଗୋଳ : ଅନୁଗୋଳ ଜିଲ୍ଲା ର କୋଶଳା କ୍ଷେତ୍ର ଅର୍ପଣ ଫାଉଣ୍ଡେସନ ଏବଂ କେନ୍ଦ୍ର ସରକାର ଙ୍କ କୌଶଳ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନ ଜନ ଶିକ୍ଷଣ ସଂସ୍ଥାନ…
ଅନୁଗୋଳରୁ ବିଦାୟ ନେଲେ ମା: ଅପେକ୍ଷା ଆର ବର୍ଷକୁ
ଅନୁଗୋଳ: ସରିଲା ଦଶହରା। ଅପେକ୍ଷା ପୁଣି ଆର ବର୍ଷକୁ । ଆଜି ବିଦାୟ ନେଉଛନ୍ତି ମାଆ । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ଦୁଇବର୍ଷର…



