ଶୁଖିଲା ସମୁଦ୍ର ଦେଖି ଦର୍ଶକ ବିଭୋର ।

ରାଜ୍ୟ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ,ଜିଲ୍ଲା ସଂସ୍କୃତି ବିଭାଗ ଓ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ର ସହଯୋଗ ରେ ଅନୁଷ୍ଠିତ ପାଞ୍ଚ ଦିନିଆ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ ଉଦଯାପିତ ହୋଇଛି। ଅନ୍ତିମ ସନ୍ଧ୍ୟାରେ କଳାକାର ଦ୍ଵାରା ପରିବେଷଣ ହୋଇଛି ନାଟକ ଶୁଖିଲା ସମୁଦ୍ର।
ଅଳ୍ପ ଦରମା ପାଉଥିବା ଜଣେ ନିମ୍ନ ମଧ୍ଯ ବିତ ପରିବାରର ମଣିଷ ଟିଏ ପରିବାରର ଭରଣ ପୋଷଣ ପାଇଁ ଆର୍ଥିକ ସଙ୍କଟ ରେ ସମ୍ମୁଖୀନ ହୋଇଛି।ପରିବାରର ପୁଅ ଝିଅ ବଡ ହୋଇ ଉଚ୍ଚ ଶିକ୍ଷିତ ହେଲା ପରେ ବି ବେକାର ରହିବା ସ୍ଥିତିକୁ ଆହୁରି ଭୟାନକ କରିଛି।ସେହି ପୁଅ ଝିଅ ନିଜ ଗରିବୀ କୁ ଉପହାସ କରି ତା ବିରୁଦ୍ଧରେ ପାରି ବାରିକ ବିଦ୍ରୋହ ଆରମ୍ଭ କରିଛନ୍ତି।ବୋଝ ଉପରେ ନଳିତା ବିଡା ପରି ଅବସ୍ଥା ତୀବ୍ର ରୂପ ଧାରଣ କରିଛି।ଏହିପରି କିଛି ପାରି ବାରିକ ଓ ସାମାଜିକ ସମସ୍ୟା କୁ ଦେଖାଇଛି ନାଟକ ଶୁଖିଲା ସମୁଦ୍ର।ଏହାକୁ ରଚନା କରିଛନ୍ତି ଡ଼ା ଶିବ କୁମାର ରଥ, ନିର୍ଦ୍ଦେଶନା ଦେଇଛନ୍ତି ଡ଼ା କୃଷ୍ଣ ଚନ୍ଦ୍ର ଦାଶ,ସଙ୍ଗୀତ ନିର୍ଦ୍ଦେଶନା ଗୁରୁ ବିପିନି ବିହାରୀ ଦାଶ।ବିଭିନ୍ନ ଭୂମିକାରେ କ୍ଷୀରୋଦ ପାତ୍ର,ଶରତ ମାଝୀ,ଦେବବ୍ରତ ପଟ୍ଟନାୟକ,ବୈରାଗୀ ମଲ୍ଲିକ, ବିରେନ୍ଦ୍ର ପ୍ରଧାନ,ବସନ୍ତ ନାୟକ,ସଞ୍ଜୀବ କୁମାର ନାଥ,ମମତା ମହାନ୍ତି,ରଶ୍ମିତା ବେହେରା।ମଞ୍ଚ ପରିଚାଳନା ରେ ବିଷ୍ଣୁ ମହନ୍ତ,ଅଜୟ,ପ୍ରଶାନ୍ତ ରଥ, ନିରୋଦ ସାହୁ,ଅଭୟ , ଆଲୋକ ରେ କାମାକ୍ଷା ପ୍ରସାଦ ଜେନା,ସଙ୍ଗୀତ ସହଯୋଗୀ ଯୋଗେଶ୍ୱର, ଅନିଲ,ଈଶ୍ୱର ।ମଞ୍ଚ ସଜାରେ ପ୍ରଜ୍ଞା , ବୁନୁ , ମନୋଜ ସହଯୋଗ କରିଥିଲେ।

Advertisement

ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ରଜନୀ କାନ୍ତ ସିଂହ ଯୋଗଦେଇ ଅନୁଗୁଳ କଳା ସଂସ୍କୃତିର ମାଟି ବୋଲି କହିଥିଲେ।ଏହି ମାଟିରୁ ଅନେକ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ସେମାନଙ୍କ ଅଭିନୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏକାଡେମୀ ସଚିବ ପ୍ରବୋଧ ରଥ ଅନୁଗୁଳ ର ନାଟ୍ୟ ମନସ୍କ ବ୍ୟକ୍ତି ଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଦେବା ସହ ଏଠାରେ ଜାତୀୟ ସ୍ତରର ନାଟକ ମହୋତ୍ସବ କରିବାର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ତମ ଅତିଥି ଭାବେ କଳାକାର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ , ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।ଏହି ପାଞ୍ଚ ଦିନିଆ ନାଟକ ଉତ୍ସବ ରେ କଳାକାର ଅନୁଷ୍ଠାନର ସମସ୍ତ ସଦସ୍ୟ ସହ ଯୋଗ କରିଥିଲେ।ସମ୍ପାଦକ ଶ୍ରୀଯୁକ୍ତ ମହାପାତ୍ର ଧନ୍ୟବାଦ୍ ଦେବା ସହ ଅଭିନେତା ସୁଧାଂଶୁ ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *