ଘର ଛାତ ପଡିବା ବେଳେ ଅଘଟଣ। ଇଲେକ୍ଟ୍ରି କରେଣ୍ଟ ଲାଗି ଜଣେ ଯୁବକ ଗୁରୁତର। ଗୁରୁତର ଯୁବକ କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଯୁବକ ସଦର ଥାନା ଇଙ୍କର ବନ୍ଧ ଗାଁ ର ଯୁଗଳ ଘଡେଇ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ସହର ପାଖ ପ୍ରଗତି ନଗର ର ବୀଭୁତି ଦାସ ଙ୍କ ଘର ଛାତ ପକାଇବା ପାଇଁ ରଡ ବାଇଡ଼ିଂ କାମ ଚାଲିଥିଲା। ଯେଉଁ କାମରେ ଯୁଗଳ ନିୟୋଜିତ ଥିଲେ। ଉପରେ ଉଚ୍ଚ କ୍ଷମାତା ସମ୍ପର୍ଣ୍ଣ ବିଜୁଳି ତାର ଯାଉଥିବା ବେଳେ କୌଣସି କାରଣ ରୁ ଯୁଗଳ ବିଜୁଳି ସଂସ୍ପର୍ଶରେ ଆସି ଯାଇଥିଲା। ତାଙ୍କ ଶରୀର ର 70 ପ୍ରତିଶତ ପୋଡି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତର ଖାନା ଓ ପରେ ସେଠାରୁ କଟକ ପଠାଯାଇଛି। ତେବେ ଏତେବେଡ଼ ଅଘଟଣ ଘଟିଥିବା ବେଳେ ଘର ମାଲିକ କିମ୍ବା ତାଙ୍କୁ କାମରେ ନିୟୋଜିତ କରିଥିବା କୌଣସି ଲୋକ ଯୁଗଳ କୁ ସହାୟତା ପାଇଁ ଆସି ନଥିବାରୁ ତାକୁ ନେଇ ଉତେଜନା ଦେଖା ଦେଇଥିଲା ।