୨୦୨୪ ନିର୍ବାଚନ ପୂର୍ବରୁ ଭୋଟର ଆଇଡି ସଂଶୋଧନ କରିବାର ଶେଷ ସୁଯୋଗ,

ଭୁବନେଶ୍ୱର,୨୭/୧୦: ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶୁକ୍ରବାର(ଅକ୍ଟୋବର ୨୭) ଠାରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ନୂତନ ଭୋଟର ଆଇଡି ଏବଂ ସଂଶୋଧନ ପାଇଁ ଆସନ୍ତ ଡିସେମ୍ବର ୯ ତାରିଖ ଯାଏ ଆବେଦନ କରିପାରିବେ।ଯେଉଁ ଯୁବତୀ ଯୁବକ ମାନଙ୍କର ଜାନୁଆରୀ ୨୦୨୪ ସୁଦ୍ଧା ବୟସ ୧୮ ହୋଇଯାଇଥିବ ସେମାନେ ଆବେଦନ କରିପାରିବେ। ଯେଉଁମାନଙ୍କର ଆଇଡ଼ିରେ ତ୍ରୁଟି ରହିଥିବା ସେମାନେ ମଧ୍ୟ ଆବେଦନ କରିପରବେ। ଆବେଦନ ଉଭୟ ଅନଲାଇନ ଏବଂ ଅଫଲାଇନରେ ହେବ। ଲୋକମାନେ ଅଧିକ ସୂଚନା ପାଇଁ ଟୋଲ ଫି ନମ୍ବର ୧୯୫୦ କୁ ଯୋଗାଯୋଗ କରିପାରିବେ।ରାଜ୍ୟରେ ଗତ ବର୍ଷ ଅପେକ୍ଷା ଚଳିତ ଭୋଟର ସଂଖ୍ୟା ବର୍ଷ ବଢ଼ିଛି।ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତବର୍ଷ ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ ଭୋଟର ଥିବା ବେଳେ ଚଳିତ ବର୍ଷ ଭୋଟର ସଂଖ୍ୟା’୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ରହିଛି।ସେହିପରି ବୁଥ୍‌ ସଂଖ୍ୟା ମଧ୍ୟ ବଢ଼ି ୩୭ ହଜାର ୮୦୯ରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ EVM, VVPAT ଯାଞ୍ଚ ସରିଛି । ବାକି ୨୦ଟି ଜିଲ୍ଲାରେ ନଭେମ୍ବର ପହିଲାରୁ ଯାଞ୍ଚ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *