ଦେବଗଡ ରେ ବାଘଛାଲ ର କାରବାର ,୨ ଗିରଫ

ଦେବଗଡ : ବିକ୍ରି ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ  ଯବଦ କରିଛି କଲରାପତରିଆ ବାଘ ର  ଛାଲ। ଦେବଗଡ ଜିଲ୍ଲା ବାରକୋଟ ଥାନା ବଣାଇ ଛକ ନିକଟରୁ ଏହି ବାଘ ଛାଲ ଯବଦ ହୋଇଛି । ସୂଚନା ଅନୁସାରେ  ବାଘଛାଲ ଟି  ବିକ୍ରି ପାଇଁ ମୁଲଚାଲ କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ଆକସ୍ମିକ ଭାବେ ଚଢାଉ କରି ବାଘଛାଲ ସହ ସମ୍ପୃକ୍ତ ଘଟଣାରେ ୨ଜଣ ବାଘଛାଲ ବେପାରୀଙ୍କୁ ଗିରଫ କରିଛି।

ଗିରଫ ଦୁଇ ବାଘଛାଲ ବେପାରୀ ହେଲେ  ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର।।  ଉଭୟଙ୍କ ଘର ଦେବଗଡ ଜିଲା କାଦପଡା ଥାନା ସାଲୋହି ଗାଁରେ ବୋଲି ଜଣାପଡିଛି । ଗିରଫ ପରେ ସେମାନଙ୍କୁ ଦେବଗଡ ଏସଡିଜିଏମ କୋର୍ଟକୁ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *