ନଦୀରେ ବୁଡ଼ି ୨ ଭାଇଙ୍କ ମୃତ

ଯାଜପୁର: ଯାଜପୁରରେ ଘଟିଯାଇଛି ଏକ  ଦୁଖଦ ଘଟଣା। ଖରସ୍ରୋତା ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ଦୁଇ ଭାଇଙ୍କ ବୟସ ୧୫ରୁ ୧୮ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।ଯାଜପୁର ସଦର ଥାନା ଅନ୍ତର୍ଗତ ବାହତାଲ ପଞ୍ଚାୟତ ଚିନ୍ତାପଲ୍ଲୀ ଗାଁର କାହ୍ନୁ ଚରଣ ଚନ୍ଦଙ୍କର ଦୁଇ ପୁଅ ଦୀନବନ୍ଧୁ ଓ ଦିବାକର ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ସ୍ରୋତରେ ଗୋଡ଼ ଖସି ଯାଇଥିଲା। ଫଳରେ ପାଣିରେ ସେମାନେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଗ୍ରାମବାସୀ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ମଧୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଭାଇ ଦୀନବନ୍ଧୁଙ୍କୁ ଗାଁ ଲୋକେ ଉଦ୍ଧାର କରି ପାରି ନ ଥିଲେ। ପୁରା ଘଟଣା କୁ ନେଇ ଅଞ୍ଚଳରେ  ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *