ବନ ବିଭାଗ ଦ୍ଵାରା ୨ ହାତୀ ଦାନ୍ତ ଜବତ,୨ଗିରଫ

ପାଲଲହଡା:ଅନୁଗୋଳ ଜିଲା  ଦେବଗଡ଼ ଡିଭିଜନ ବନ ବିଭାଗ ସ୍କ୍ୱାର୍ଡର   ଚଢାଉ କରି ହାତୀ ଦାନ୍ତ ଜବତ କରିଛି । ଘଟଣା ରେ 2 ଜଣ ଙ୍କୁ ଗିରଫ କରିଛି ବିଭାଗ । ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ  ପ୍ରତକ୍ଷ   ତତ୍ବାବଧାନ ରେ ଏକ ସ୍କ୍ୱାର୍ଡ ଦଳ ରେଞ୍ଜ ଅଫିସର ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ହାତୀ ଦାନ୍ତ ରାକେଟକୁ ଧରିବା ପାଇଁ ଜାଲ ବିଛାଇ ଥିଲେ। ଗତକାଲି ରାତି ୯ଟା ବେଳେ ପାଲଲହଡା ବ୍ଲକ ଖେମଳା ପଂଚାୟତର ଶୁକଦେବପୁର ଗାଁ ଜଙ୍ଗଲ ନିକଟରେ ଦୁଇ ଜଣ ଯୁବକ ରାଜେଶ ବେହେରା ଓ ରାଜୁ କଣ୍ଡାଲ ଏକ ମୋଟର ସାଇକେଲ ଯୋଗେ ଦୁଇଟି ହାତୀ ଦାନ୍ତ ନେଉଥିବା ବେଳେ ସ୍କ୍ୱାର୍ଡ ଦଳ ଚଢ଼ାଉ କରି ଦୁଇ ଯୁବକଙ୍କୁ ଗିରଫ କରିବା ସହ ହାତୀ ଦାନ୍ତ ଜବତ କରିଥିଲା। ଜବତ ହୋଇଥିବା ହାତୀ ଦାନ୍ତର ଆନୁମାନିକ ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *