ଫେବ୍ରୁଆରି ୨୦ରୁ ମାଟ୍ରିକ ପରୀକ୍ଷା: ଜାଣନ୍ତୁ ସଂପୂର୍ଣ୍ଣ ପରୀକ୍ଷା ସୂଚୀ

କଟକ: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର ଆସିଛି। ଆସନ୍ତା ଫେବ୍ରୁଆରି ୨୦ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ବୁଧବାର ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ସୂଚନା ଦେଇଛନ୍ତି।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଫେବ୍ରୁଆରି ୨୦ (ମଙ୍ଗଳବାର)ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ (ସୋମବାର) ଯାଏଁ ଚାଲିବ। ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନ ଅର୍ଥାତ ଫେବ୍ରୁଆରି ୨୦ରେ ସାହିତ୍ୟ ଓ  ଫେବ୍ରୁଆରି୨୩ (ଶୁକ୍ରବାର)ରେ ଇଂରାଜୀ ପରୀକ୍ଷା ହେବ। ସେହିପରି ଫେବ୍ରୁଆରି ୨୬ (ସୋମବାର)ରେ ଗଣିତ, ୨୮ (ବୁଧବାର)ରେ ସଂସ୍କୃତ/ହିନ୍ଦୀ, ମାର୍ଚ୍ଚ ୨ (ଶନିବାର)ରେ ସାଧାରଣ ବିଜ୍ଞାନ ଓ ଅନ୍ତିମ ଦିନ ଅର୍ଥାତ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନର ହେବ ପରୀକ୍ଷା ଅନୁଷ୍ଠିତ ହେବ।ଚଳିତବର୍ଷ ମୋଟ୍ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରିକ୍ଷାର୍ଥୀ ମାଟ୍ରିକ୍‌ ପରୀକ୍ଷା ଦେବେ। ମାଟ୍ରିକ ପରୀକ୍ଷା ପାଇଁ ମୋଟ ୨୯୯୧ଟି ପରୀକ୍ଷା କେନ୍ଦ୍ର ହୋଇଛି। ଗୋଟିଏ ସିଟିଂରେ ସମସ୍ତ ପରୀକ୍ଷା ହେବ। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ। ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *