ଓଡ଼ିଶା ଜଙ୍ଗଲରେ କଳା ବାଘ ପରିବାର

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର। ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗ କ୍ୟାମେରାରେ କଏଦ ହୋଇଛି। ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏନେଇ ଏକ ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟକ୍‌ ବାଘଙ୍କ ପରିବାରର ଦୃଶ୍ୟ ବିରଳରୁ ଅତିବିରଳ ବୋଲି ଶ୍ରୀ ନନ୍ଦ ଲେଖିଛନ୍ତି।

ଶିମିଳିପାଳ ଅଭୟାରଣ୍ୟାରେ ହିଁ କେବଳ ୧୦ଟି ମେଲାନିଷ୍ଟକ୍‌ ବାଘ ରହିଥିବା ନେଇ ଡିସେମ୍ବରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ସଂସଦରେ ସୂଚନା ଦେଇଥିଲେ। ସେହି ଦୃଷ୍ଟିରୁ ଏହି ବାଘ ପରିବାର ଶିମିଳିପାଳର ହୋଇଥିବା ସ୍ପଷ୍ଟ। ପୂର୍ବରୁ ଓଡ଼ିଶା ଜଙ୍ଗଲରେ କଳା କଲରାପତରିଆ ବାଘ ନଜରକୁ ଆସିଥିଲେ।

Leave a Reply

Your email address will not be published. Required fields are marked *