ଅନୁଗୋଳ ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣକଲେ ମହମ୍ମଦ ଅବ୍ଦୁଲ ଅଖତର.

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଜି ପୂର୍ବାହ୍ନରେ ମହମ୍ମଦ ଅବ୍ଦୁଲ ଅଖତର ଯୋଗ ଦେଇଛନ୍ତି । ଜିଲ୍ଲାପାଳଙ୍କ ଯୋଗଦାନ ପରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି । ଜିଲ୍ଲାରେ ସରକାରୀ ଯୋଜନାର ସଠିକ କାର୍ଯ୍ୟକାରୀତା ଉପରେ ଗୁରୁତ୍ବ ଦେବା ସହ ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ ଉପରେ ମଧ୍ୟ ଗୁରୁତ୍ବ ଦେବେ ବୋଲି ସେ କହିଛନ୍ତି । ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟଗୁଡିର ସଫଳ ରୂପାୟନ ନିମନ୍ତେ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି

Leave a Reply

Your email address will not be published. Required fields are marked *