ଅନୁଗୋଳ : ଗତ ତିନିଦିନ ଧରି ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ରେ ଚଳିଥିବା ପକ୍ଷୀ ସର୍ବେକ୍ଷଣ ଶେଷ ହୋଇଛି। ଦେଶର ବିଭିନ୍ନ ରାଜ୍ୟରୁ 32 ଜଣ ପକ୍ଷୀ ବିଶେଷଜ୍ଞ ଏହି ସର୍ବେକ୍ଷଣ ରେ ଭାଗ ନେଇ ଅଭୟାରଣ୍ୟ ରେ ପକ୍ଷୀ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ରାଜ୍ୟରେ ପ୍ରଥମ କରି ଓ ସାତକୋଶିଆ ରେ ଦ୍ୱିତୀୟ ଥର ପାଇଁ ଏହି ସର୍ବେକ୍ଷଣ କରାଯାଇଛି ।
ଗତ ୩ତାରିଖ ଠାରୁ ସାତକୋଶିଆରେ ଆରମ୍ଭ ହୋଇଥିବା ସ୍ଥଳ ପକ୍ଷୀ ସର୍ବେକ୍ଷଣ ଗତକାଲି ଶେଷ ହୋଇଛି। ୩ଦିନ ଧରି ଏହି କାର୍ଯ୍ୟକ୍ରମ ସାରା ରାଜ୍ୟର କେବଳ ସାତକୋଶିଆରେ ଚାଲିଥିଲା। ଗତ ବର୍ଷ ପ୍ରଥମ ଥର ପାଇଁ ସ୍ଥଳ ପକ୍ଷୀ ସର୍ବେକ୍ଷଣ ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ଏହା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ରାଜସ୍ଥାନ, ଗୋଆ, ଆସାମ, ପଶ୍ଚିମବଙ୍ଗ ଆଦି ରାଜ୍ୟ ଗୁଡ଼ି କରୁ ୩୨ଜଣ ପକ୍ଷୀ ବିଶେଷଜ୍ଞ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ସ୍ଥାନରେ ଦୁଇ ଜଣ ଲେଖାଏଁ ବିଶେଷଜ୍ଞ ରହି ପକ୍ଷୀ ସର୍ବେକ୍ଷଣ କରିଥିଲେ। ପକ୍ଷୀ ମାନଙ୍କ ରାଵ ଶୁଣି ଏବଂ ସେମାନଙ୍କ ଫୋଟ ଉଠାଇ ଚିହ୍ନଟ କରି ସର୍ବେକ୍ଷଣ କରାଯାଇଥିଲା।
ଗତ ବର୍ଷ ସର୍ବେକ୍ଷଣରୁ ଏଠାରେ ୨୪୮ପ୍ରଜାତିର ସ୍ଥଳ ପକ୍ଷୀ ଥିବା ଜଣା ପଡିଥିଲା। ତେବେ ଚଳିତ ବର୍ଷ ଏହି ପ୍ରଜାତି ବଢିଥିବା ଅନୁମାନ କରାଯାଉଛୁ। ପ୍ରାୟ ୩୧୦ପ୍ରଜାତିର ପକ୍ଷୀ ଥିବା ଚଳିତ ସର୍ବେକ୍ଷଣରୁ ଜଣା ପଡ଼ିଛି। କିଛି ନୂଆ ପ୍ରଜାତିର ସ୍ଥଳ ପକ୍ଷୀ ସତକୋଶିଆକୁ ଆସିଥିବା ବିଶେଷଜ୍ଞ ମାନେ କହିଛନ୍ତି। ଯାହାକି ସାତକୋଶିଆ ପାଇଁ ଏକ ଶୁଭ ଖବର। ଗତ କାଲି ଟିକରପଡା ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାତକୋଶିଆ ଡ଼ିଏଫଓ ଙ୍କ ସମେତ ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ସମସ୍ତ ବିଶେଷଜ୍ଞ ଯୋଗ ଦେଇ ନିଜ ନିଜର ଅଭିଜ୍ଞତା କହିଥିଲା। ସାତକୋଶିଆର ଜୈବ ବିବିଧତା ସାରା ଦେଶରେ ବିରଳ ବୋଲି କହିଥିଲେ।