ଅନୁଗୋଳ : ଅମାଲପଡା ସ୍ଥିତ ବାସନ୍ତୀ ଗୁର୍ଗା ପୂଜା ଖେଳ ପଡ଼ିଆ ଠାରେ ଅନୁଗୋଳ ଟାଇକଣ୍ଡୋ ସଂଘ ଅନୁଗୋଳ ଖେଳାଳି ମାନଙ୍କ ଦ୍ଵାରା ମହା ଆଡ଼ମ୍ବରରେ ହୋଲି ପର୍ବ ପାଳନ କରାଯାଇଅଛି। ଏହି ଉତ୍ସବରେ ପୁର୍ବତନ ନାଗର ପାଳ ଓ ପୁର୍ବତନ ଟାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରାସାଦ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ହୋଲି ପର୍ବର ଉପକାରିତା ସଂପର୍କରେ ଆଲୋକ ପାତ କରିଥିଲେ। ସମ୍ମାନନୀୟ ଅତିଥି ଭାବରେ ଅନୁଗୋଳ ଟାଇକୋଣ୍ଡୋ ସଙ୍ଘର ଉପଦେଷ୍ଟା ଓ ଆଇନଜିବୀ ପ୍ରଦୀପ କୁମାର ଦେବତା ଉପସ୍ଥିତ ରହି ଖେଳାଳୀ ମାନଙ୍କର ଏଭଳି ଚିନ୍ତାଧାରା କୁ ଭୂୟସୀ ପ୍ରଶଂସା କରିଥିଲେ। ଅଥିତି ମାନଙ୍କ ଦ୍ଵାରା ଭଗବାନ୍ ଶ୍ରୀ କୃଷ୍ଣ ଓ ମାତା ରାଧାରାଣୀଙ୍କ ପ୍ରତି ମୂର୍ତ୍ତିରେ ଦୀପ, ଧୂପ, ପୁଷ୍ପ , ଓ ଅବିର ପ୍ରଦାନ କରି ଖେଳାଳି ମାନେ ଆନନ୍ଦରେ ହୋଲି ଖେଳି ଥିଲେ, ଅନୁଗୋଳ ଟାଇକୋଣ୍ଡୋ ସଂଘ ଅନୁଗୋଳ ସାଧାରଣ ସମ୍ପାଦକ ଓ (ପ୍ରତିଷ୍ଠାତା) ଦୁଷ୍ୟନ୍ତ କୁମାର ନାଥ, ଶ୍ରୀୟାଶ୍ରୀ ପ୍ରଧାନ, ସ୍ଵାତୀ ସ୍ୱାଗତିକା ଦାଶ, ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ଯୁଲି ନାୟକ, ମୁକେଶ କୁମାର ବେହେରା, ପ୍ରିତମ୍ କୁମାର ସାହୁ, ସାଗର ଦେହୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଅନୁଗୋଳ ଟାଇକୋଣ୍ଡୋ ସଂଘ ପକ୍ଷରୁ ହୋଲି ଉତ୍ସବ ପାଳିତ ।
