ଭାରତ ସ୍ୱାଭିମାନ ନ୍ୟାସ ପକ୍ଷରୁ ୧୦ମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ।

ଅନୁଗୋଳ: ୧୦ମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ୨୧ ଜୁନ୍ ୨୦୨୪ ଦିନ ଭାରତ ସ୍ୱାଭିମାନ ନ୍ୟାସ, ଅନୁଗୋଳ ଜିଲ୍ଲା, ର ପରୋକ୍ଷ ଓ ପ୍ରତ୍ଯକ୍ଷ ସଂଚାଳନା କ୍ରମେ ଅନୁଗୋଳ ନଗର ସମେତ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।

Advertisement

ଅନୁଗୋଳ ନଗର ପି.ଟି.ସି. ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟ ସହଯୋଗ କ୍ରମେ ଅନୁଗୋଳ ନଗରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଭାରତ ସରକାରଙ୍କର ଦକ୍ଷତା ବିକାଶ ମନ୍ତ୍ରାଳୟ ଦ୍ୱାରା ସଂଚାଳିତ ଜନ ଶିକ୍ଷଣ ସଂସ୍ଥାନ ମାଧ୍ୟମରେ ଆୟୋଜିତ ଯୋଗ ଶିବିରକୁ, ଭାରତ ସ୍ୱାଭିମାନ ନ୍ୟାସ ଅନୁଗୁଳ ଜିଲ୍ଲା ପ୍ରଭାରୀ ଶ୍ରୀ ସୁଧାଂଶୁ ଶେଖର ଦାସ୍ ସଂଚାଳିତ କରିଥିଲେ ।
ଓଡ଼ି଼ଶା ରାଜ୍ୟ ବିମା ନିଗମ ତରଫରୁ ଆୟୋଜିତ ଯୋଗ ଶିବିର କୁ Model ESIC Hospital, ରାଉରକେଲା ର Medical Superintendent ଡା.ଜୟନ୍ତୀ ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଯୋଗାଚାର୍ଯ୍ୟ ଶ୍ରୀ ସୁଧାଂଶୁ ଶେଖର ଦାସ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଉପସ୍ଥିତ ୨୦୦ ରୁ ଉର୍ଦ୍ଧ୍ବ ଶିବିରାର୍ଥୀ ମାନେ ଯୋଗ ପ୍ରଶିକ୍ଷଣ ନେଇଥିଲେ ।
ସେହିଭଳି ଭାରତ ସରକାର’ଙ୍କର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଏବଂ ଅନୁଗୁଳ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟ ର ସକ୍ରିୟ ସହଯୋଗ କ୍ରମେ ଅନୁଗୁଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ପ୍ରଶିକ୍ଷକ ଶ୍ରୀ ସୁଧାଂଶୁ ଶେଖର ଦାସ୍, ବୈଦ୍ୟନାଥ ଦାସ୍, ଜାପାନୀ ସାହୁ ଏବଂ ଶିବ ନାରାୟଣ ଆଚାର୍ଯ୍ୟ ଆଦି ଯୋଗଗୁରୁ ମାନଙ୍କ ଦ୍ୱାରା ଏହି ଶିବିର ଗୁଡିକ ପରିଚାଳିତ ହେଇଥିଲା । ଡାକ୍ତର ଦେବରାଜ ସାହୁ ‘ଙ୍କ ଦ୍ୱାରା ଛେଣ୍ଡିପଦା ଠାରେ ମଧ୍ୟ ଏକ ବିଶେଷ ଶିବିର ସଂଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *