୧୯ତମ ରାଜ୍ୟ ସ୍ତରୀୟ ସ୍କଏ ମାର୍ଶାଲ ଆର୍ଟପ୍ରତିଯୋଗିତା ଉଦଯାପିତ ।


ଅନୁଗୋଳ: ଗତ ମାସ ୩୦ ତାରିଖରୁ ସ୍ଥାନୀୟ ଇଣ୍ଡୋର୍ ହଲ୍ ରେ ଆୟୋଜିତ ତିନି ଦିନ ବ୍ୟାପି ରାଜ୍ୟସ୍ତରୀୟ ସ୍କଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାଜ୍ୟରେ ମାର୍ଶାଲ ଆର୍ଟ ର ଲୋକପ୍ରିୟତା ଏବଂ ଆଦୃତି ବଢୁଥିବା
ପ୍ରକାଶ କରିଥିଲେ।ଏହି ଖେଳ ବିଶେଷ କରି ମହିଳା ମାନଙ୍କ ଆତ୍ମରକ୍ଷା କ୍ଷେତ୍ର ରେ ବିଶେଷ ସହାୟକ ହୋଇଥାଏ।ଜିଲ୍ଲାରେ କ୍ରୀଡା ର ବିକାଶ ପାଇଁ ସେ ସବୁମନ୍ତେ ଉଦ୍ୟମ କରିବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ରୂପେ ରାଜ୍ୟ ସ୍କଏ ଆସୋସିଏସନ୍ ଉପ ସଭାପତି ସୁଧୀର ବିଶ୍ୱାସ, ଫରହାତ୍ ସମିମ ସମ୍ପାଦକ ଏସ କେ ସଲାଉଦିନ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର୍ ସିଠ
ଜିଲ୍ଲା ସଂଘ ସଭାପତି ଦ୍ବାରିକା ପ୍ରସାଦ ନନ୍ଦ,ବରିଷ୍ଠ ଆଇନଜୀବି ପ୍ରଦୀପ ଦେବତା,ସଞ୍ଜୟ ମହାପାତ୍ର, ପର୍ଶୁରାମ ଦଶ, ନିର୍ମଳ ଅଗରୱାଲ, ଆଗରେଭେଟରାନ ଖେଳାଳୀ ପ୍ରକାଶ ଗଡ଼ନାୟକ,ନୀଳମଣି ଦାସ ପ୍ରମୁଖ ଯୋଗ ଦେଇଥିଲେ।ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଗୋଳ ଜିଲ୍ଲା ସ୍କଏ ଆସୋସିଏସନ୍ ର ସମ୍ପାଦକ ତଥା  ମୁଖ୍ୟ ପ୍ରଶିକ୍ଷକ ଦୁଷ୍ୟନ୍ତ
କୁମାର୍ ନାଥ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଜିଲ୍ଲାରେ ବିଭିନ୍ନ ସାମରିକ ଖେଳ ର ପ୍ରଶିକ୍ଷଣ ଏବଂ ପ୍ରଚାର ପ୍ରସାର ନେଇ ବିବରଣୀ ରଖିଥିଲେ।

Advertisement

ସହଯୋଗ ମିଳିଲେ ଅନୁଗୋଳ ରେ ଜାତୀୟ ସ୍କଏ ପ୍ରତିଯୋଗିତା କରାଯିବ ବୋଲି ଶ୍ରୀ ନାଥ ସୂଚନା ପ୍ରଦାନ କରିଥିଲେ।ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗରେ କଟକ ଚମ୍ପିୟାନ ହୋଇଥିବା ବେଳେ ଅନୁଗୋଳ ରନରସ୍ ଅପ୍ ହୋଇଥିଲା।ପ୍ରତିଯୋଗିତାରେ ୪ ଶହ ରୁ ଉର୍ଦ୍ଧ୍ବ ଖେଳାଳୀ ଓ ଅଫିସିଆଲ୍ ଯୋଗ ଦେଇଥିଲେ।ରାଜ୍ୟ ସ୍କଏ ଆସୋସିଏସନ୍,ରାଜ୍ୟ ସରକାର ଏବଂ ଅନୁଗୋଳ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ପ୍ରତିଯୋଗୀତା ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ ହୋଇଥିବାରୁ ଦୁଷ୍ୟନ୍ତ୍ କୁମାର୍ ନାଥ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। 

Leave a Reply

Your email address will not be published. Required fields are marked *