ଅନୁଗୋଳ : ଏବେବି ରହିଛି ସଚ୍ଚୋଟତା। ଟଙ୍କା ଭର୍ତ୍ତି ପର୍ସ ପାଇଥିଲେ ବି ଲୋଭ ତାଙ୍କୁ ଛୁଇଁ ପାରି ନଥିଲା। ଶେଷରେ ହଜାଇ ଥିବା ବ୍ୟକ୍ତି ଙ୍କୁ ତାଙ୍କ ମନୀ ପର୍ସ ଫେରାଇ ଥିଲେ ତିନି ଯୁବକ। ଏଭଳି ଏକ ଘଟଣା ନଜର କୁ ଆସିଛି ଅନୁଗୋଳ ରେ। ଆଉ ସେ ଯୁବକ ମାନେ ହେଲେ ଲିଙ୍ଗିଡାଯୋଡି ଗାଁ ର ସରୋଜ କୁମାର କର ,ବିଶ୍ଵଜିତ ରାଉଳ ଓ ସୁଦୀପ ସାହୁ ।।ଗତ ଦୁଇଦିନ ତଳେ ଅନୁଗୋଳ ଦଶହରା ପଡିଆ ରେ ଯାତ୍ରା ଦେଖି ଯାଇଥିବା ବେଳେ ଶିମିଳିପଡ଼ା ର ବ୍ୟବସାୟୀ ସଞ୍ଜୀବ କୁମାର ପ୍ରଧାନ ତାଙ୍କ ପର୍ସ କେଉଁଠି ପକାଇ ଦେଇଥିଲେ। ସେଠାକୁ ଯାତ୍ରା ଦେଖି ଆସିଥିବା ଏହୂ ତିନି ଯୁବକ ପର୍ସ ଟି କୁ ପାଇ ସଂଗେ ସଂଗେ ଯାତ୍ରା ପାର୍ଟି କୁ ଯାଇ କହିବା ସହ ଏକ ପର୍ସ ମିଳିଥିବା ସୂଚନା ପ୍ରଦାନ କରିଥିଲେ। ଖାଲି ସୂଚନା ଦେଇ ନଥିଲେ ବରଂ କେହି ପର୍ସ ଖୋଜିଲେ ତାଙ୍କ ମୋବାଇଲ ନଂ ମଧ୍ୟ ରେ ଯୋଗାଯୋଗ କରିବା ପାଇଁ ମଧ୍ୟ କହି ଯାଇଥିଲେ।ପରବର୍ତ୍ତୀ ସମୟରେ ସଂଜୀବ ନିଜ ପର୍ସ ହଯିବା ଜାଣିବା ପରେ ଯାତ୍ରା ପରିଚାଳନା କମିଟି (ଦୁର୍ଗା ଶଙ୍କର ପୂଜା କମିଟି) ର ସହାୟତା ନେଇଥିଲେ। କମିଟି ର କର୍ମକର୍ତ୍ତା ଙ୍କ ସହଯୋଗ ଓ ଯାତ୍ରା ପାର୍ଟି ପରି ଚାଳକ ଙ୍କ ସହଯୋଗ କ୍ରମେ ଆଜି ଯୁବକ ମାନେ ଆସି ସଂଜୀବ ଙ୍କୁ ତାଙ୍କ ପର୍ସ ଫେରାଇ ଥିଲେ।
Related Posts
ପୁରୁଷ ହକି ଖେଳାଳିଙ୍କୁ ୨.୫କୋଟି ଓ ମହିଳା ଖେଳାଳିଙ୍କୁ ୫୦ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ୪ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରୁ ଭାରତୀୟ ହକି ଟିମରେ ଥିବା ୨ଜଣ…
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ୧୮ରୁ ୪୫ ବର୍ଷର ଲୋକଙ୍କ ପାଇଁ କୋଭିଡ୍ ଟିକା ମାଗଣା ।
ରାଜ୍ୟବାସୀଙ୍କ ପାଇଁ ବଡ ଖବର । ୧୮ ବର୍ଷରୁ ୪୫ ବର୍ଷର ଲୋକ ମାଗଣାରେ ନେବେ କୋଭିଡ୍ ଟିକା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…
ପଞ୍ଚାୟତ ନିର୍ବାଚନ ରେ ଓବିସି ସଂରକ୍ଷଣ ଉଚ୍ଛେଦକୁ ବିରୋଧ , ଅନୁଗୋଳ ବିଜେପିର ପ୍ରତିବାଦ ଓ ଶୋଭାଯାତ୍ରା
ପଂଚାୟତ ନିର୍ବାଚନ ରେ ଓବିସି ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ର ପ୍ରତିବାଦ। ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚା ପକ୍ଷରୁ ଆଜି…