ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିଲେ ତାଇକୋଣ୍ଡୋ ଓ ସ୍କୋଏ ମାର୍ଶଲ ଆର୍ଟ ଛାତ୍ର ଛାତ୍ରୀ ।

ଅନୁଗୋଳ: ଅନୁଗୋଳ ତାଇକୋଣ୍ଡୋ ଓ ସ୍କୋଏ ମାର୍ଶଲ ଆର୍ଟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜାତିର ପିତା ମହାତ୍ମା ଗାନ୍ଧୀ ଓ  ସ୍ଵାଧୀନତା ସଂଗ୍ରାମୀ  ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି।ଏହି ଅବସରରେ  ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି  ମୁଖ୍ୟା ଅତିଥି ଭାବରେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟ ଚିତ୍ରରେ  ଶ୍ରଦ୍ଧା ସୁମନ ଅର୍ପଣ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ   ଜୀବନ ଶୈଳୀ ଓ  ତାଙ୍କ ଆଦର୍ଶରେ ଅନୁପ୍ରାଣିତ  ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ସହିତ ଗାନ୍ଧୀଙ୍କ  ଜୀବନ ଆଦର୍ଶ ରେ ଅନୁପ୍ରାଣିତ ହେବକୁ କହିଥିଲେ।

Advertisement

ସମ୍ମାନନିୟ ଅତିଥି ଭାବରେ  ସଙ୍ଘର ସଭାପତି ନିଳମଣି ରାଉତ , ଓ ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ଉପଦ୍ରେଷ୍ଟ୍ରା ଓ ଆଇନ୍ ଜିବୀ ପ୍ରଦୀପ କୁମାର ଦେବତା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ରାଜ୍ୟ ସ୍ତରୀୟ ଖେଳ ରେ ପଦକ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ଉପସଭାପତି ଓ ଜିଲ୍ଲା ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ  ପରିଚଳନା କରିଥିଲେ ଜାତୀୟ ଖେଳାଳି ପ୍ରିତମ କୁମାର ସାହୁ, ଶ୍ରଦ୍ଧାଞ୍ଜଳି ସ୍ୱାଇଁ ସାହାଯ୍ୟ ଓ ସହଯୋଗ କାଟିଥିଲେ।

Leave a Reply

Your email address will not be published. Required fields are marked *