ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ରେ ଅନୁଗୋଳ ଜିଲ୍ଲାକୁ ୨ସ୍ଵର୍ଣ୍ଣ ସହ ୬ପଦକ

ଅନୁଗୋଳ : ଚଳିତ ମାସ ୮/୧୦/୨୪ ରିଖ ଠାରୁ ୧୨/୧୦/୨୪ ରିଖ ପଯ୍ୟନ୍ତ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା ର କେ. ଟି ଗ୍ଲୋବାଲ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପ୍ରତିଯୋଗିତା ରେ ଅନୁଗୋଳ ଜୁଡୋ ସଂଘ ସଂପାଦକ ସୁଧାଂଶୁ କୁମାର ପଣ୍ଡା ଙ୍କ ସହ ସହ ସଂପାଦକ ଦୁଷ୍ୟନ୍ତ କୁମାର ନାଥ ଓ କୋଷାଧ୍ୟକ୍ଷ ବିରେନ୍ କୁମାର ଭୂତିଆ ଙ୍କ ତତ୍ତ୍ୱାବଧାନରେ ଅନୁଗୋଳ ଜିଲ୍ଲାରୁ ୨୦ ଜଣ ଖେଳାଳି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ଜିଲ୍ଲାର କ୍ରିଡାବିତ ମାନେ ସଫଳତାର ସହ ୨ ଟି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ୬ ଟି ପଦକ ହାସଲ କରିଛନ୍ତି। ପଦକ ହାସଲ କରିଥିବା ଖେଳାଳି ମାନେ ହେଲେ ବାଳିକା ବିଭାଗର ଶ୍ରଦ୍ଧାଞ୍ଜଳି ସ୍ବାଇଁ ଓ ବାଳକ ବିଭାଗର ଅଂଶୁମାନ ମିଶ୍ର ସ୍ଵର୍ଣ୍ଣ ପଦକ ହାସଲ କରି ଥିବାବେଳେ , ରୌପ୍ୟ ପଦକ ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ପ୍ରୋଜ୍ୟଲ୍ ଗୋଏଥ୍ କୁ ଓ କାଂସ୍ୟ ପଦକ ବିଜୟୀ ହୋଇଥିଲେ ନିରୁପେଶ୍ ମହାକୁଡ଼, ଆୟୁଷ ରଞ୍ଜନ ସାହୁ, ବିଶ୍ଵମ୍ବ୍ରିତ୍ ସାହୁ , ଏମାନଙ୍କ ସଫଳତା ଯୋଗୁଁ ଜିଲ୍ଲା ର ଗୌରବ ବଢିଥିବାରୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମସ୍ତ ଭାଗ ନେଇଥିବା ପ୍ରତିଯୋଗି ଙ୍କୁ ସମ୍ପର୍ଦ୍ଧିନ| ଜଣାଇବା ସହ ଜାତିୟ ଓ ଅନ୍ତର୍ଯ୍ୟାତିୟ ସ୍ତରର ପ୍ରତିଯୋଗି ହେବାକୁ ଚେଷ୍ଠ କରନ୍ତୁ ବୋଲି ପ୍ରତିଯୋଗି ମାନଙ୍କୁ ଆହ୍ୱାନ ଦେଇଥିଲେ, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ନିର୍ମଳ ଅଗ୍ରୱାଲ, ପ୍ରଦୀପ କୁମାର ଦେବତା , ନିଳମଣି ରାଉତ, ଉପଦେଷ୍ଟା ଜଗଦୀଶ ମିଶ୍ର ଖେଳାଳି ମନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇ ଥିଲେ। ବିଧାୟକ ଖେଳାଳି ମାନଙ୍କୁ ଏଭଳି ପଦକ ହାସଲ କରିଥିବାରୁ ଖେଳାଳି ମାନଙ୍କୁ ଆଗକୁ ବଢ଼ିବାକୁ ସାହାଯ୍ୟ ଓ ସହଯୋଗ ର ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ଖେଳାଳି ମାନଙ୍କୁ ନେଇ କୋଚ ପ୍ରିତମ କୁମାର ସାହୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲେ ।

Leave a Reply

Your email address will not be published. Required fields are marked *