ଅନୁଗୋଳ : ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ୱାରା ସ୍ଥାନୀୟ ସଭାଘର ଠାରେ 39 ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି | ଜିଲ୍ଲା ଓକିଲ ସଙ୍ଘ ସଭାପତି ଦିଲୀପ ସାହୁ ମୁଖ୍ୟ ଅତିଥି ଓ ଜିଲ୍ଲା ସଂସ୍କୁତି ଅଧିକାରୀ ଦୁଃଶାସନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାରର ସଂସ୍କୃତି ପରମ୍ପରାର କୁ ବଜାୟ ରଖିବାର ଏହି ଉଦ୍ୟମ କୁ ପ୍ରଶଂସା କରିଥିଲେ |କଳାକାର ସଭାପତି ବୀରେନ୍ଦ୍ର କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିଲେ | କଳାକାରର ବରିଷ୍ଠ ସଦସ୍ୟ ଚୈତନ୍ୟ ସାହୁ, ପ୍ରତିଷ୍ଠାତା ସଭ୍ୟ ଶରତ ମାଝୀ, କି ବୋର୍ଡ଼ ବାଦକ ଯୋଗେଶ୍ୱର ଦାସଙ୍କ ବିୟୋଗ ରେ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା |କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଡ. କୃଷ୍ଣ ଚନ୍ଦ୍ର ଦାସ,କ୍ଷୀରୋଦ ପାତ୍ର, ଇନ୍ଦିରା ଦାସ ଉପସ୍ଥିତ ଥିଲେ ।
ବିଚାରକ ଭାବେ ଓଡିଶୀ ନୃତ୍ୟଗୁରୁ ପିତାମ୍ବର ବିଶ୍ୱାଳ, ଓଡିଶୀ ସଂଗୀତ ଗୁରୁ ଜୀବନାନନ୍ଦ ବରାଳ, ଶାସ୍ତ୍ରୀୟ ବାଦ୍ୟ ଗୁରୁ ସୌମ୍ୟ ରଞ୍ଜନ ମହାନ୍ତି ଯୋଗଦେଇ ପ୍ରତିଯୋଗୀଙ୍କ ମୂଲ୍ୟାଙ୍କନ କରିଥିଲେ |ଆଜି ଆୟୋଜିତ ରଙ୍ଗଭରୋ, ଚିତ୍ରାଙ୍କନ, ଓଡିଶୀ ନୃତ୍ୟ, ଲଘୁ ନୃତ୍ୟ ରେ ବିଭିନ୍ନ ଅନୁଷ୍ଠାନର ତିନିଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ |ଡ ବୈରାଗୀ ଚରଣ ମଲ୍ଲିକ ମଞ୍ଚ ସଂଚାଳନ କରିଥିବା ବେଳେ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ଧନ୍ୟବାଦ ଦେଇଥିଲେ| ସେହିପରି ସଂନ୍ଧ୍ୟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ପ୍ରିତିମୟ ଅତିଥି ଭାବେ ଯୋଗ ଦେଇଥିଲେ। କଳାକର ପରିବାରର ସମସ୍ତ ସଦସ୍ୟଓ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |