କେନ୍ଦ୍ର କ୍ୟାବିନେଟ ର ମୋହର। ରାଜ୍ୟରେ ହେବ ୮ ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ।ଅନୁଗୋଳ ଭାଗରେ ୨ ।

ଅନୁଗୋଳ :ତାଳଚେର ଅଂଚଳ ପାଇଁ ଏକ ଖୁସି ର ଖବର, ଗତକାଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ଓଡିଶା ପାଇଁ ଆଠ ଟି କେନ୍ଦ୍ରୀୟ ବିଦ୍ୟାଳୟ ମଂଜୁର କରାଯାଇଛି ସେଥିମଧ୍ୟରୁ ଅନୁଗୋଳ ଜିଲ୍ଲା ର ଆଠମଲ୍ଲିକ ଓ ତାଳଚେର ସ୍ଥାନ ପାଇଛି |ବହୁ ପ୍ରତିକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟ ତାଳଚେର ରେ ସ୍ଥାପନ ହେବା ନେଇ ସମଗ୍ର ତାଳଚେର ଅଂଚଳ ରେ ଖୁସିର ମାହୋଲ ଖେଳି ଯାଇଛି |ତାଳଚେର ଅଂଚଳ ରେ କେନ୍ଦ୍ର ଶିକ୍ଷମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ପ୍ରୟାସ କରିଥିଲେ |ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହୋଇଥିବା ବେଳେ ଅନ୍ୟ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ବିଗତ ବିଜେଡି ସରକାର ଜମି ନ ଦେଇ କରାଇ ଦେଇନଥିଲେ |ଏବେ କେନ୍ଦ୍ର ଶିକ୍ଷମନ୍ତୀ ଙ୍କ ଯୋଗୁଁ ତାଳଚେର ରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ରେ ମଞ୍ଜୁରୀ ହୋଇଛି |ତାଳଚେର ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ଦଳ ମତ ନିର୍ବିଶେଷରେ ସମସ୍ତ ତାଳଚେର ବାସୀ ଖୁସି ପ୍ରକଟ କରିଛନ୍ତି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି.,ଏନଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ମଣ୍ଡଳ ସଭାପତି ବରୁଣ ସାହୁ, ରାଜେନ୍ଦ୍ର ସିଂହ, ଦେବେନ୍ଦ୍ର ବାରିକ, ସତ୍ୟବନ୍ତ ସାହୁ, ନରେଶ ବେହେରା ଓ ନରେନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି |

Advertisement

Leave a Reply

Your email address will not be published. Required fields are marked *