ଓ.ପି. ଜିନ୍ଦଲ ସ୍କୁଲ,ଅନୁଗୋଳ ର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଅନୁଗୋଳ : ଡିସେମ୍ବର ୨୦ ଏବଂ ୨୧ ଦୁଇ ଦିନ ଧରି ଅନୁଗୋଳ ଜିନ୍ଦଲ ନଗରଠାରେ ଓ.ପି ଜିନ୍ଦଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମୃଦ୍ଧି;  ପ୍ରାଥମିକ ଓ ପ୍ରାକ୍ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଏକ ନୂଆ ସୂର୍ଯେ୍ୟାଦୟ ଏବଂ ପୁର୍ନରଜ୍ୟୋତି: ଅଲୋକର ପୁନଃଜଗରଣ କାର୍ଯ୍ୟକ୍ରମ ଜିନ୍ଦଲ ନଗରର ଇଡେନ ଗାର୍ଡେନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିନ୍ଦଲ ମହିଳା ସମିତିର ସଭାପତି ଶ୍ରୀମତୀ ସୀମା ମଲହାନସମ୍ମାନିତ ଅତିଥି ଭାବେ ଜିନ୍ଦଲ ମହିଳା ସମିତିର ସଭାପତି ଶ୍ରୀମତୀ ଅନିତା ମିତ୍ତଲସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଯୋଗ ଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ବତୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ |

ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜେ.ଏସ.ପି. ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ପଙ୍କଜ ମଲହାନସମ୍ମାନିତ ଅତିଥି ଭାବେ ଜେ.ଏସ.ପି.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ତଥା ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷ ଶ୍ରୀ ଦାମୋଦର ମିତ୍ତଲସ୍ୱତନ୍ତ୍ର ଅତିଥି ଭାବେ ମାନବ ସମ୍ବଳ ବିଭାଗର ସଭାପତି ତଥା ସି.ଏଚ.ଆର.ଓ. ଶ୍ରୀ ଦିଲ୍ଲୀପ କୁମାର ସିହ୍ନା, ଜେ.ଏସ.ପି. ର ଅର୍ଥ ଓ ବାଣିଜ୍ୟ ବିଭାଗ ସଭାପତି ଶ୍ରୀ ହନୁମାନ କୁମାର ଶର୍ମାଙ୍କ ସମେତ ଏଭିପି (ସିକ୍ୟୁରିଟି) କର୍ଣ୍ଣେଲ ରାହୁଲ ଜେ. ଶର୍ମା ଯୋଗ ଦେଇଥିଲେ |

ଅତିଥିମାନେ ତାଙ୍କ ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତର ମାର୍ଗଦର୍ଶାଇବା ସହ କଠିନ ପରିଶ୍ରମ କରି ସଫଳତା ହାସଲ ସହ ଆଗାମୀ ଦିନରେ ଉତ୍ତମ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଶ୍ୱିନୀ କୁମାର ସାହୁ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ |

ପ୍ରଥମ ସନ୍ଧ୍ୟାର ସମୃଦ୍ଧି ଉତ୍ସବରେ ପ୍ଲେ ଗୃପ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୬୩ ଜଣ ଛାତ୍ର ଛାତ୍ରୀ ଏବଂ ଦ୍ୱିତୀୟ ସଂଧ୍ୟାର  ପୁନରଜ୍ୟୋତି ଉତ୍ସବରେ ଷଷ୍ଠ ଶ୍ରେଣୀ ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୩୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଷଷ୍ଠ ଶ୍ରେଣୀ ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱିତୀୟ ସନ୍ଧ୍ୟାରେ ପୁରସ୍କୃତ କରାଯାଇଥିଲା |

ଏହି ଅବସରରେ ନିଟଜେଇ ମେନ ଓ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ସେହିପରି ବେଷ୍ଟ ହାଉସ ଭାବେ ପ୍ରତିଭା ହାଉସକୁ ବିଜୟୀ ଏବଂ ପ୍ରଜ୍ଞା ହାଉସକୁ ରନର୍ସ ଅପ ଭାବେ ଘୋଷଣା କରାଯାଇ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ |

ପୁରସ୍କାର ବିତରଣୀ ଉତ୍ସବକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଲିଲି ମହନ୍ତ ଓ ଶ୍ରୀମତୀ ସୁପ୍ରିୟା ବରାଳ ପରିଚାଳନା କରିଥିଲେ ଉଭୟ ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ସହ ବିଭିନ୍ନ ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |

ପ୍ରଥମ ସନ୍ଧ୍ୟାରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀ ସୌମ୍ୟ ବାନାର୍ଜୀ ଓ ଦ୍ୱିତୀୟ ସନ୍ଧ୍ୟାରେ ବିଦ୍ୟାଳୟର ଉପାଧ୍ୟକ୍ଷ ଡଃ ଅରୁଣ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କଅଭିଭାବକଶିକ୍ଷକ-ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *